Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

IMA ପୋଞ୍ଜି ସ୍କାମ୍‌ ମାମଲା, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରୋଶନ ବେଗ୍‌ଙ୍କୁ ଗିରଫ କଲା ସିବିଆଇ

22/11/2020 at 9:22 PM

ବେଙ୍ଗାଲୁରୁ ୨୨/୧୧: କୋଟି କୋଟି ଟଙ୍କାର ଚିଟ୍‌ଫଣ୍ଡ ଘୋଟାଲା ମାମଲାରେ ରବିବାର ଦିନ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଆର ରୋଶନ ବେଗଙ୍କୁ ସିବିଆଇ ଗିରଫ କରିଛି। କର୍ଣ୍ଣାଟକର ବେଙ୍ଗାଲୁରୁରୁ ୪୦୦ କୋଟିର ଆଇ-ମନିଟାରି ଆଡଭାଇଜରି (ଆଇଏମଏ) ଚିଟ୍‌ଫଣ୍ଡ ଘୋଟାଲା (ପୋଞ୍ଜି ସ୍କାମ) ମାମଲା​‌ରେ ରୋଶନ ବେଗଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି।

ରୋଶନ ବେଗ ଗଂଗ୍ରେସର ଜଣେ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ଥିଲେ। ମିଳିଥିବା ସୂଚନା ଅନୁସାରେ ଶିବାଜୀ ନଗରର ପୂର୍ବତନ ବିଧାୟକ ବେଗଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

କର୍ଣ୍ଣାଟକସ୍ଥିତ ଆଇଏମଏ ଓ ଏହା ସହ ଜଡ଼ିତ କମ୍ପାନୀ ଦ୍ବାରା ଅଧିକ ରିଟର୍ଣ୍ଣ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।

   Related Posts