Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବଢିଲା ରାମଦେବଙ୍କ ସମସ୍ୟା, ଆବେଦନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ IMA, ଜାଣନ୍ତୁ କହିଛନ୍ତି କ’ଣ?

4/07/2021 at 7:25 PM

ନୂଆଦିଲ୍ଲୀ ୪।୭: କରୋନା ଭାଇରସ ମହାମାରୀରେ ଡାକ୍ତରୀ ଚିକିତ୍ସା ଉପରକୁ ଅଙ୍ଗୁଳି ଉଠାଇବା ଏବେ ଯୋଗ ଗୁରୁ ବାବା ରାମଦେଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ବୟାନବାଜୀ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ଏତଲାର କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି ଲାଗି ରାମଦେବ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବାବାଙ୍କ ଅପିଲକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିବା ଜଣାପଡିଛି।

ଆଇଅମଏ ତାଙ୍କ ଆବେଦନରେ ରାମଦେବଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ନଦେବାକୁ କୋର୍ଟଙ୍କୁ ନିବେଦନ କରିଥିବା ବେଳେ ତାଙ୍କ ବିରୋଧରେ ରୁଜୁ ଏତଲା ନେଇ ତାଙ୍କୁ ପ୍ରଶ୍ନ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି। ଆଇଏମଏ କହିଛନ୍ତି ଯେ କରୋନାରେ ରାମଦେବ ତାଙ୍କ କରୋନିଲ କିଟ୍‌ର ବ୍ୟବସାୟୀକ ପ୍ରଚାର ଲାଗି ଦେଶର ପ୍ରଚଳିତ ଚିକିତ୍ସା ସେବା ଉପରେ ଅଙ୍ଗୁଳି ଉଠାଇଥିଲେ। ଏଥିଲାଗି ଆକ୍ରାନ୍ତ ଲୋକେ ଠିକ ସମୟରେ ହସ୍ପିଟାଲ ନ ଆସିବା ଯୋଗୁ ପ୍ରାଣ ହରାଇଥିବା ବେଳେ ଲୋକେ ସରକାରଙ୍କ ଟିକାକରଣରୁ ନିଜକୁ ପୃଥକ କରିଥିଲେ। ଯାହା ମହାମାରୀ କାଳରେ ଏକ ଗୁରୁତର ଅପରାଧ ବୋଲି ଆଇଏମଏ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି।

ଓକିଲ ଆଶିଷ କୋଠାରୀଙ୍କ ମାଧ୍ୟମରେ ଆଇଏମଏ ଏହି ପିଟିସନ ଦାଖଲ କରିଥିବା ବେଳେ କରୋନା ଦ୍ୱିତୀୟ ଲହର କାଳରେ କରୋନିଲକୁ ପ୍ରମୋଟ କରିବା ପାଇଁ ରାମଦେବ ଭ୍ରମାତ୍ମକ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ତାଙ୍କ ପ୍ରସ୍ତୁତ କରୋନା ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଦ୍ୱାରା ଅନୁମୋଦିତ ବୋଲି ଦାବି କରିଥିଲେ। ଫଳରେ ପତଞ୍ଜଳି ଆୟୁର୍ବେଦ ପ୍ରସ୍ତୁତ କରୋନିଲ କିଟ୍‌ର ଚାହିଦା ଦେଶରେ ଏତେ ବଢିଯାଇଥିଲା ଯେ ଦୈନିକ ହାରାହାରି ୧୦ ଲକ୍ଷ କିଟ୍‌ ବିକ୍ରି କରୁଥିଲା।

ସେପଟେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ଯୋଗ ଗୁରୁଙ୍କ ନାମରେ ରାମଦେବ ଜଣେ ବ୍ୟବସାୟୀ ବୋଲି କହିଛନ୍ତି, ଯାହାଙ୍କର ଆୟୁର୍ବେଦ ପ୍ରାକ୍ଟିସ୍‌ ଅଥବା ଔଷଧ ଲେଖିବା ଲାଗି କୌଣସି ଡିଗ୍ରି ଅଥବା ଲାଇସେନ୍ସ ନଥିବା କଥା କହିଛନ୍ତି। ସେ ନିଜକୁ କ୍ୱାଲିଫାଏଡ ଡାକ୍ତରଙ୍କ ଠାରୁ ମଧ୍ୟ ଅଧିକ ବିଶେଷଜ୍ଞ ଡାକ୍ତର ବୋଲି କହିଛନ୍ତି। ଯେଉଁମାନେ ଆପଣଙ୍କୁ ଭାକ୍ସିନ ଦେଉଛନ୍ତି ସେମାନେ ନିଜକୁ କରୋନାରୁ ରକ୍ଷା କରିପାରୁନାହାନ୍ତି ବୋଲି ମଧ୍ୟ ସେ କହିଥିବାର ଡିଏମଏ ଅଭିଯୋଗ କରିଛନ୍ତି।

ତେବେ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏନ.ଭି.ରମନ୍ନାଙ୍କ ନେତୃତ୍ୱରେ ଗଠିତ ୩ ସଦସୀୟ ଖଣ୍ଡପୀଠ ରାମଦେବଙ୍କୁ ସେ ଏଲୋପ୍ୟାଥି ଓ ଡାକ୍ତରଙ୍କ ବିଷୟରେ ଯାହା ବି କହିଛନ୍ତି ବୟାନର ମୂଳ ଭିଡିଓ କୋର୍ଟରେ ଦାଖଲ କରନ୍ତୁ ବୋଲି ତାଙ୍କ ଓକିଲଙ୍କ ମାଧ୍ୟମରେ ଜଣାଇଦେଇଛନ୍ତି। ଏଥିରେ ଏବେ ଆଇଏମଏଙ୍କ ପିଟିସନ ରାମଦେବଙ୍କ ଲାଗି ନୂଆ ସମସ୍ୟା ସୃଷ୍ଟି କରିଛି।  

   Related Posts