କରୋନିଲ ନେଇ ଯୋଗଗୁରୁ ବାବା ରାମଦେବଙ୍କୁ ଘେରିଲା IMA : ମାଛ ଉପରେ ଔଷଧ ପରୀକ୍ଷଣ ସଠିକ ହୋଇନଥିବା ଦାବି

Published By : Prameya-News7 Bureau | June 02, 2021 IST

ଉତ୍ତରାଖଣ୍ଡ ୨/୬: ପତଞ୍ଜଳିର ଔଷଧ ନେଇ ଅଙ୍ଗୁଳି ଉଠାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ । IMA ଦାବି କରିଛି କି, ପତଞ୍ଜଳୀ ଔଷଧ ମନୁଷ୍ୟ ତ ଦୂରର କଥା ଜଳଚର ପ୍ରାଣୀଙ୍କ ଉପରେ ଠିକ ଭାବେ କରପାଯାଉନି ପରୀକ୍ଷଣ । ଉତ୍ତରାଖଣ୍ଡର ନଦୀରେ ମିଳୁଥିବା ଜେବ୍ରା ମାଛ (ଏକ ପ୍ରଜାତିର ମାଛ) ଉପରେ କରୋନିଲ ପରୀକ୍ଷଣ କରାଯାଇଥିଲା ।

ହେଲେ ଏହା ସଂପୂର୍ଣ୍ଣ ରୂପେ ହୋଇନଥିବା କହିଛନ୍ତି ଆଇଏମଏ ଉତ୍ତରାଖଣ୍ଡର ସଚିବ ଡକ୍ଟର ଅଜୟ ଖାନ୍ନା । ସେ କହିଛନ୍ତି ଯେ ନିଜର ପତ୍ରିକା ପାଇଥୋମେଡିସିନ୍ ଏକଥା ସୂଚନା ରହିଛି । ଏହାସହ ସେ କହିଛନ୍ତି ଯେ ନିୟମ ଅନୁଯାୟୀ ଯେଉଁ ଔଷଧକୁ ମାଛ ଉପରେ ପରୀକ୍ଷଣ କରାଯାଏ ତାକୁ ମଣିଷ ଉପରେ ପରୀକ୍ଷଣ କରାଯାଏନି । ତାଙ୍କ ମତରେ ମାଛ ଉପରେ ବି ସଠିକ ଭାବେ ପରୀକ୍ଷଣ କରାଯଇନି ।

ଗୋଟିଏ ମାଛକୁ କରୋନା ସଂକ୍ରମିତ କରିବା ପରେ ତାକୁ କରୋନିଲ ଦିଆଯାଇଥିଲା । ଏହା ଜାଣିବା ପାଇଁ ଯେ, ସେ ମାଛଟି ଭାଇରସ ମୁକ୍ତ ହେଉଛି କି ନାହିଁ । କିନ୍ତୁ ଏହା କରାଯଇନଥିଲା । ପତ୍ରିକାରେ ପ୍ରକାଶିତ ଏକ କାଗଜରେ ସେ ମାଛକୁ ସ୍ପାଇକ୍ ପ୍ରୋଟିନ୍ ଦେବା ବିଷୟରେ ଲେଖିଛନ୍ତି । ଡାକ୍ତର ଖାନ୍ନା କହିଛନ୍ତି ଯେ ଏହି ଅନୁସନ୍ଧାନ ସମ୍ପୂର୍ଣ୍ଣ ଭୁଲ ଅଟେ । ଏଭଳି ପରିସ୍ଥିତିରେ, କରୋନିଲ ବିଷୟରେ ପତଞ୍ଜଳି ଏବଂ ବାବା ରାମଦେବଙ୍କ ଉପରେ କୌଣସି ଦାବି କରିବା ଭୁଲ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.