Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କୋଭିଡ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ୫୯୪ ଡାକ୍ତର : ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ

2/06/2021 at 3:01 PM

ନୂଆଦିଲ୍ଲୀ ୨/୦୬ : ଭାରତରେ କୋଭିଡର ଦ୍ୱିତୀୟ ଲହର ସାଧାରଣ ଲୋକଙ୍କ ସହ ବେଶ୍ ପ୍ରଭାବିତ ହୋଇଛନ୍ତି ଆଗଧାଡିର ଯୋଦ୍ଧା । ଅର୍ଥାତ ହଜାର ହଜାର ସଂଖ୍ୟାରେ ଡାକ୍ତର । କୋଭିଡରେ ସଂକ୍ରମିତ ହେବା ପରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଶହ ଶହ ଡାକ୍ତର ପ୍ରାଣ ହରାଇଛନ୍ତି । ସମଗ୍ର ଭାରତରେ କୋଭିଡ କାରଣରୁ ୫୯୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏମାନଙ୍କ ମଧ୍ୟରୁ ସର୍ବାଧିକ ରାଜଧାନୀ ଦିଲ୍ଲୀରେ ଅଛନ୍ତି । ଯାହା ଏହି ପର୍ଯ୍ୟାୟରେ ଭାରତର ସବୁଠାରୁ ଅଧିକ ହଟସ୍ପଟ ପାଲଟିଛି । ଏହା ପରେ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଝାଡଖଣ୍ଡରୁ ମୃତ୍ୟୁବରଣ କରିଥିବା ଡାକ୍ତରମାନେ ମଧ୍ୟ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ସର୍ବାଧିକ ୧୦୭ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ବିହାରରେ ୯୬ ଓ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ରହିଛି ୬୭ । ରାଜସ୍ଥାନରେ ୪୩ ଜଣ ଏବଂ ଝାଡଖଣ୍ଡରେ ମଧ୍ୟ ୩୯ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ପ୍ରଥମ ଲହରରେ କରୋନା ନେଇଥିଲା ୭୪୭ ଡାକ୍ତରଙ୍କ ଜୀବନ । ସେତେବେଳେ ତାମିଲନାଡୁରେ ସର୍ବାଧିକ ୯୧, ମହାରାଷ୍ଟ୍ରରେ ୮୧, ପଶ୍ଚିମବଙ୍ଗରେ ୭୧ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରଥମ ଲହରରେ ଆନ୍ଧ୍ରପ୍ରଦେଶରୁ ୭୦, କର୍ଣ୍ଣାଟକରେ ୬୮, ଉତ୍ତରପ୍ରଦେଶରେ ୬୫, ଗୁଜରାଟରେ ୬୨ ଜଣ ମୃତ୍ୟୁବରଣ କରିଥିଲେ ।

   Related Posts