Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଭାଇ କିମ ଜୋଙ୍ଗ ଉନଙ୍କ ସହ କ୍ଷେତରେ ବୁଲୁଥିବା ନଜର ଆସିଲେ ଭଉଣୀ କିମ ୟୋ ଜୋଙ୍ଗ, ଜୁଲାଇ ମାସ ପରେ ଦୁହେଁ ହେଲେ ଏକାଠି

3/10/2020 at 1:00 PM

ନୂଆଦିଲ୍ଲୀ ୦୩/୧୦: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଭଉଣୀ ଜୁଲାଇ ମାସ ପରେ ପ୍ରଥମଥର ପାଇଁ ଦେଶର ମିଡିଆରେ ନଜର ଆସିଛନ୍ତି। ସର୍ବସାଧାରଣ କାର୍ଯ୍ୟକ୍ରମ ଓ ମିଡିଆରୁ ଏମାନଙ୍କ ଦୂରତ୍ବକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା। ଏମିତି କୁହାଯାଉ ଥିଲା ଦକ୍ଷିଣ କୋରିଆ ବିରୋଧରେ କ୍ରମାଗତ ବିବାଦସ୍ପଦ ଦାବି ଅଭିଯାନ ପରେ ତାଙ୍କ କ୍ଷମତାକୁ ଦବାଇ ଯାଇଥିଲା।

ଉତ୍ତର କୋରିଆର ସରକାରୀ ମିଡିଆ ତରଫରୁ ଜାରି ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଜୋଙ୍ଗ ନିଜ ଭାଇ ଓ କିଛି ଅଧିକାରୀଙ୍କ ସହିତ ଚାଷ ଜମିରେ ବୁଲୁଛନ୍ତି। କିମ୍ ଜନ୍ ଆଗରେ ଚାଲୁଛନ୍ତି ଓ ତାଙ୍କ ପଛରେ କିଛି ଅଧିକାରୀ ଓ ଭଉଣୀ ଅଛନ୍ତି। କୁହାଯାଉଛି ନିକଟରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରେ ପୁନଃନର୍ମାଣ କାର୍ଯ୍ୟର ହିସାବ ନେବା ପାଇଁ ଶୁକ୍ରବାର କିମ ତାଙ୍କ ଭଉଣୀଙ୍କ ପାଖରେ ପହଞ୍ଚି ଥିଲେ।

ପୂର୍ବରୁ ଦୀର୍ଘ ସମୟ ହେବ କିମ ଜୋଙ୍ଗ ଉନ୍ ଏକାଠି ନଜର ନ ଆସିବାରୁ ସ୍ବାସ୍ଥ୍ୟ ସସମ୍ୟାକୁ ନେଇ କଳ୍ପନାଜଳ୍ପନା କରାଯାଉ ଥିଲା। ଏପରିକି ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଇ ଥିଲା। ଏହି ସମୟରେ ରାଜନୈତି ବିଶ୍ଲେଷକ କିମ ୟୋ ଜୋଙ୍ଗଙ୍କୁ ଭାଇର ଉତ୍ତରାଧିକାରୀ  ବୋଲି କହିଥିଲେ। ଏପରିକି ତାଙ୍କୁ ଆନୁଷ୍ଠାନିକ ଭାବେ ନମ୍ବର ଦୁଇ ଘୋଷଣା କରାଯାଇ ଥିଲା। ତେବେ ଜୁଲାଇ ପରେ ତାଙ୍କ କ୍ଷମତା ନ ରହିବା କଳ୍ପନା କରାଯାଇ ଥିଲା।

ଏହା ପୂର୍ବରୁ ସେ ତାଙ୍କ ଭାଇ କିମଙ୍କ ସହ ଚିକେନ୍ ଫାର୍ମରେ ନଜର ଆସିଥିଲେ। କିମ୍ ୟୋ ଜୋଙ୍ଗଙ୍କ ସମ୍ପତି ବର୍ଷର ପ୍ରଥମ ଭାଗରେ ଦ୍ରୁତ ଭାବେ ବଢ଼ିଲା। ଯେଉଁଠି ତାଙ୍କୁ ଦେଶର ଦୁଇ ସବୁଠୁ ବଡ଼ ଶତ୍ରୁ ଓ ଦକ୍ଷିଣ କୋରିଆ ବିରୋଧରେ ନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କୁହାଯାଉଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ ୟୋ ଜୋଙ୍ଗଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ପଠାଯାଇପାରେ।

କିମ ୟୋ ଜୋଙ୍ଗ ଜୁନରେ ଦକ୍ଷିଣ କୋରିଆକୁ ଏକାଧିକ ବାର ଧମକ ଦେବା ସହ ଉସକାଇଛନ୍ତି। ଦୁଇ ଦେଶ ମଧ୍ୟରେ ୨୦୧୮ରେ ସୀମାରେ ଥିବା ସମ୍ପର୍କ ଛିନ୍ନ କରାଯାଇ ଥିଲା। ଏହା ପୂର୍ବରୁ କଥା ଆଗକୁ ବଢ଼ିଥାନ୍ତା ତାଙ୍କ ଭାଇ ଜୁନ୍ ଶେଷରେ ହସ୍ତକ୍ଷେପ କରି ଉସକାଇଥିବା କାର୍ଯ୍ୟକୁ ଅଟକାଇ ଥିଲେ। ଏହା ପରେ ଜୁଲାଇରେ ବାର୍ତା ପଠାଇଲେ ଉତ୍ତର କୋରିଆକୁ ଟ୍ରମ୍ପଙ୍କ ଦେଖା କରିବାରେ କୌଣସି ଆଗ୍ରହ ନାହିଁ। ଏହା ପରେ କ୍ଷମତାରେ ଥିବା ଦୁଇ ମୁଖ୍ୟ ବୈଠକରେ ଅଦୃଶ୍ୟ ହୋଇ ଥିଲେ। ଯେଉଁଥିରୁ ଗୁଜବ ସୃଷ୍ଟି ହୋଇଥିଲା।

   Related Posts