ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ, ବର୍ଷା କିମ୍ବା କୋହଲା ପାଗରେ ଆଉ ବାତିଲ ହେବନି ବିମାନ ସେବା

Published By : Prameya-News7 Bureau | June 11, 2021 IST

ଝାରସୁଗୁଡା ୧୧।୬: ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ (Instrumental Landing System) । ବର୍ଷା ସମୟ ହେଉ ଅବା କୋହଲା ପାଗରେ ଆଉ ବିମାନସେବା ବାତିଲ ହେବନାହିଁ ।

୨୦୧୮ ମସିହାରୁ ଝାରସୁଗୁଡା ବିମାନବନ୍ଦର ଆରମ୍ଭ ହେବା ପରଠାରୁ ସାମାନ୍ୟ କୋହଲା ପାଗ ହେଲେ ବିମାନ ଅବତରଣ କରିବାରେ ଅସୁବିଧା ହେଉଥିଲା । ଫଳରେ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରି ବିମାନବନ୍ଦରରେ ILS ଲଗାଇବା ପାଇଁ ଦାବି କରି ଆସୁଥିଲେ । ବ୍ୟୟବହୁଳ ଏହି ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗୁରୁବାର DGCA ପକ୍ଷରୁ ଏହା ଆରମ୍ଭ କରିବାକୁ ଅନୁମତି ଦେଇଛି । ଫଳରେ ଏବେ ୮ ଶହ ମିଟର ଉଚ୍ଚରେ ଥିବା ବିମାନ ଓହ୍ଲାଇବାରେ ସକ୍ଷମ ହେବ ବୋଲି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.