Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଝାରସୁଗୁଡା ବିମାନବନ୍ଦରରେ ଲଗାଯିବ ILS

28/06/2020 at 12:22 PM

ଝାରସୁଗୁଡା ୨୮।୬: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଦୁଇମାସ ମଧ୍ୟରେ ଲାଗିବ ଆଇଏଲଏସ । ଏହା ଦ୍ବାରା ବର୍ଷା ଋତୁରେ ପାଗ ଖରାପ ଯୋଗୁଁ ବିମାନ ଅବତରଣରେ ହେଉଥିବା ସମସ୍ୟା ଦୂର ହୋଇପାରିବ ବୋଲି ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ଶତପଥୀ କହିଛନ୍ତି ।

ଗତ ୨୦୧୮ ମସିହା ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରର ଉଦଘାଟନ କରିବା ପରେ ୨୦୧୯ ମାର୍ଚ୍ଚ ମାସରୁ ବ୍ୟବସାୟିକ ଉଡାଣ ଆରମ୍ଭ ହୋଇଥିଲା । କିନ୍ତୁ ଆଇଏଲଏସ ଲଗା ନଯିବା ଯୋଗୁଁ ଗତବର୍ଷ ବର୍ଷାଦିନରେ ଅନେକ ସମୟରେ ପାଗ ଖରାପ ପାଇଁ ବିମାନ ବାତିଲ କରାଯାଇଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ଝାରସୁଗୁଡା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଦୁଇ ମାସ ମଧ୍ୟରେ ଆଇଏଲଏସ ଲାଗିବ ବୋଲି କହିବା ପରେ ଯାତ୍ରୀ ମହଲରେ ଖୁସି ଦେଖାଦେଇଛି ।

   Related Posts