Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅନଲକ୍ ପ୍ରକ୍ରିୟାକୁ ଗଲେ ବି ମାନନ୍ତୁ କଟକଣା, ନଚେତ ବଢିପାରେ ସଂକ୍ରମଣ : ଆଇଏଲଏସ୍ ନିର୍ଦ୍ଦେଶକ

14/06/2021 at 1:29 PM

ଭୁବନେଶ୍ବର ୧୪।୬: ଗତ ଦୁଇ ତିନି ହେବ ଓଡିଶାର ସଂକ୍ରମଣ ହାର କମିଛି । ଜିଲ୍ଲାରେ ଟେଷ୍ଟ ସଂକ୍ରମଣ ହାର ଅଧିକ ରହୁଛି । ଲକଡାଉନର ସୁଫଳ ମିଳିଛି । ଯଦି ସରକାର ଅନଲକ୍ ପ୍ରକ୍ରିୟାକୁ ଯିବେ ତେବେ ଲୋକମାନେ କଟକଣାକୁ ମାନନ୍ତୁ । ନଚେତ ପୁଣି ଥରେ ସଂକ୍ରମଣ ବଢିପାରେ ବୋଲି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

ଅନ୍ୟ ରାଜ୍ୟରେ ପର୍ଯ୍ୟାୟକ୍ରମେ ଲକଡାଉନର କଟକଣା କୋହଳ କରାଯାଇଛି । ଲୋକମାନେ ଯଦି ସହଯୋଗ କରିବେ ତେବେ କଟକଣାର ଆବଶ୍ୟକତା ନାହିଁ । ବିଶେଷ କରି ଏହି ୭ ଜିଲ୍ଲାରେ କଟକଣା ରଖାଯିବାର ଆବଶ୍ୟକତା ରହିଛି ।

କରାଯାଇଥିବା ପରୀକ୍ଷଣ ଅନୁଯାୟୀ ବର୍ତ୍ତମାନ ସଂକ୍ରମଣରେ ଭାଇରସ୍ ଲୋଡ଼ କମିଛି । ସିଟିଭ୍ୟାଲୁ (କେସ ଲୋଡ଼) ପୂର୍ବରୁ ୧୪ରୁ ୧୫ପ୍ରତିଶତ ରହୁଥିଲା ଏବେ ୨୮ ପ୍ରତିଶତ ପାଖାପାଖି ରହୁଛି ।

ତୃତୀୟ ଲହର ଯଦି ଆସିବ କୋଭିଡ୍ କଟକଣା, ଟିକାକରଣ ଓ ଭାଇରସ୍ ର ପରିବର୍ତ୍ତିତ ସଂକ୍ରମଣ ତୃତୀୟ ଲହର ଉପରେ ନିର୍ଭର କରିବ । ମାତ୍ର ଏଥିରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ । ଭାଇରସର ମ୍ୟୁଟାଣ୍ଟ ପରିବର୍ତ୍ତନ ହେଉଛି । ଆଗକୁ ବି ପରିବର୍ତ୍ତନ ହୋଇପାରେ । ତେଣୁ ବର୍ତ୍ତମାନ ଭାରତର ୨୮ଟି ଲ୍ୟାବରେ ଜେନମ ସିକ୍ୟୁଏନସି କରାଯାଉଛି । ଆଗକୁ ଭାଇରସର ମ୍ୟୁଟାଣ୍ଟ କେମିତି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କ’ଣ ହେବ ସେ ବିଷୟରେ ଆମେ ଜାଣିପାରିବା ।

   Related Posts