Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଓଡ଼ିଶାରେ ନାହିଁ- ILS ନିର୍ଦ୍ଦେଶକ

20/04/2021 at 2:09 PM

ଭୁବନେଶ୍ୱର ୨୦।୦୪ : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବଢିବାରେ ଲାଗିଛି । ଖାସ୍‌ କରି ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ସଂକ୍ରମଣ ହାର ଅଧିକ ରହିଛି ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ ସଂକ୍ରମଣ ଓଡ଼ିଶାରେ ସଂକ୍ରମଣ ବଢାଇବାର ପ୍ରମୁଖ କାରଣ । ଅନ୍ୟ ରାଜ୍ୟ ଯେଉଁଠି ସଂକ୍ରମଣ ବଢ଼ୁଛି, ସେଠୁ ଆସୁଥିବା ଲୋକେ ବି ଏହାର କାରଣ ପାଲଟିଛନ୍ତି । ଲୋକମାନେ ଅମାନିଆ ହେବାରୁ ମଧ୍ୟ ସଂଖ୍ୟା ବଢୁଛି । ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି, ଓଡ଼ିଶାରେ ସେ ମ୍ୟୁଟେସନର ପ୍ରଭାବ ନାହିଁ । ତେବେ ଷ୍ଟ୍ରେନ ବିଷୟରେ ଅଧିକ ଅନୁଧ୍ୟାନ ପାଇଁ ଜେନମ ସିକ୍ବୁଏନସିଂକୁ ଅଧିକରୁ ଅଧିକ କରାଯାଉଛି । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନି ।

ୟୁକେ ଓ ଡବଲ ମ୍ୟୁଟେସନ ଓଡ଼ିଶାରେ ମାତ୍ର ୩ ରୁ ୪ ପ୍ରତିଶତ ଯାହା ଏତେ ପ୍ରଭାବ ପକାଇବା ନାହିଁ । ବର୍ତ୍ତମାନ ଷ୍ଟ୍ରେନ ଦ୍ୱାରା ଲୋକଙ୍କଠୁ ଲୋକଙ୍କୁ ଅଧିକ ବ୍ୟାପୁଛି । ବର୍ତ୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି ତାହା ୩ଟି ମ୍ୟୁଟେସନ ବୋଲି କୁହାଯାଉଛି । କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି ।

   Related Posts