ଭୁବନେଶ୍ୱରରେ କମିବ ସଂକ୍ରମଣ, ୧୦ରୁ ୧୫ ଦିନ ମଧ୍ୟରେ ଖସିବ ଗ୍ରାଫ୍‌ !

Published By : Prameya-News7 Bureau | September 11, 2021 IST

ଭୁବନେଶ୍ୱର ୧୧।୦୯:  ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣକୁ ବଢାଇପାରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଆର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । ପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ୍ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟୀକାର ଏଫିକସି ୭୦ରୁ ୮୦% ରହୁଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ବରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି । ହଜାରରୁ ୩୦୦କୁ କମ ସମୟରେ ଖସିଥାଏ । ୩୦୦ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.