Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କରୋନାର ୨ୟ ଲହର, ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ରହୁଛି ଭାଇରସ୍‌

22/07/2021 at 12:21 PM

ଭୁବନେଶ୍ୱର  ୨୨।୦୭: କରୋନା ସଂକ୍ରମଣ ଏବେ କମିବାରେ ଲାଗିଛି । ଆଗାମୀ ଦିନରେ ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ ଯଦି ରୂପ ବଦଳାଏ , ତାହା ହେଲେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  କରୋନାର ଡେଲ୍ଟା ଭାଇରସ  ଯୋଗୁଁ ଦ୍ଵିତୀୟ ଲହର ଭୟଙ୍କର ହେଲା। ସାରା ଦେଶରେ ୬୫ ହଜାର ସିକ୍ୟୁନେସ୍‌ ହୋଇଛି। ଏଥିରୁ ୯୬ ପ୍ରତିଶତ ଲୋକ ଡେଲ୍‌ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍‌ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ସେହିପରି ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଭାଇରସ୍ ।  ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ପ୍ରାୟ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଡେଲ୍‌ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ  ହୋଇଛନ୍ତି । ଲୋକେ  କୋଭିଡ କଟକଣା ମାନୁ ନଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି।

   Related Posts