ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ସ୍ଥିତି ଶିଖର ଛୁଇଁପାରେ : ନୂଆ ଭୁତାଣୁର ଦ୍ଵିତୀୟ ପର୍ଯ୍ୟାୟ ଗବେଷଣା ଚାଲିଥିବା କହିଲେ ଆଇଏଲ୍ଏସ୍ ନିର୍ଦ୍ଦେଶକ

Published By : Prameya-News7 Bureau | August 17, 2020 IST

ଭୁବନେଶ୍ବର ୧୭।୦୮: ରାଜ୍ୟରେ କୋଭିଡ଼ ଭାଇରସର ମୁକାବିଲା ତଥା ନିୟନ୍ତ୍ରଣ ଲାଗି ପଦକ୍ଷେପ ତ୍ୱରାନ୍ନିତ ସହ ସ୍ଥିତି ମଧ୍ୟ ସକାରତ୍ମକ  ହେବାରେ ଲାଗିଛି । ଟେଷ୍ଟ ବଢିଛି ଏହା ସହ ସଂକ୍ରମଣ ଅନୁପାତ କମ୍‌ ରହିଛି। ଏହା ଆଶ୍ୱସ୍ତିକର ଖବର । WHO , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥ୍ରୀ ଟି ପଲିସି ଅନୁଯାୟୀ ଅଧିକ ଟେଷ୍ଟ ହେଲେ ବି ସଂକ୍ରମଣ କମୁଛି ଏହା ଖୁସିର କଥା। ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି ଭଲ ରହିଛି । ଆଇଏଲ୍ଏସ୍ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନାରୁ ଆସିଛି ଏପରି କିଛି ଖୁସି ଖବର । ଅନ୍ୟପକ୍ଷରେ କରୋନା ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଚାଲିଥିବା କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ।  

ଟେଷ୍ଟ ବଢିଛି , କିନ୍ତୁ ମୃତ୍ୟୁ ହାର କମ ଓ ସଂକ୍ରମଣ ହାର ବି କମ ରହିଛି । ଟେଷ୍ଟ ବଢିଲେ ପଜିଟିଭ ନମ୍ବର ବଢିବ । ରାଜ୍ୟରେ ସ୍ଥିତି ଭଲ ରହିଛି। ଆଇଏଲ୍ଏସ୍ ନିର୍ଦେଶକ ଅଜୟ ପରିଡାଙ୍କ ସୂଚନାନୁଯାୟୀ , ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ସ୍ଥିତି ପିକ୍‌ ବା ଶିଖରକୁ  ଯାଇପାରେ,  ତା ପରେ କମିପାରେ। କିନ୍ତୁ କେରଳରେ କରୋନା ସମ୍ପୂର୍ଣ୍ଣ କମିଯାଇଥିଲା ବେଳେ ଏବେ ପୁଣି ଥରେ ସଂକ୍ରମଣ ବଢ଼ୁଥିବାର ଦେଖିବାକୁ ମିଳିଛି । ତେଣୁ ଏହି ନୂଆ ଭୁତାଣୁ ସମ୍ପର୍କରେ କିଛି ସଠିକ ଭାବେ କହିବା ସମ୍ଭବ ନୁହେଁ। ନୂଆ ଭୁତାଣୁର ଦ୍ଵିତୀୟ ପର୍ଯ୍ୟାୟ ଗବେଷଣା ଚାଲିଛି। ବିଭିନ୍ନ ଜିଲ୍ଲାର ୧୨୮ଟି ନମୁନା ସଂଗ୍ରହ ହୋଇଛି। ଏହା କେଉଁ ପ୍ରକାର ଭୁତାଣୁ ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.