କରୋନାର ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, ତିନୋଟି ଦିଗ ଉପରେ ରହିବ ନଜର

Published By : Prameya-News7 Bureau | June 03, 2021 IST

ଭୁବନେଶ୍ୱର ୦୩।୦୬: କରୋନାର ତୃତୀୟ ଲହରୀ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ଗୋଟିଏ ହେଲା କୋଭିଡ ନିୟମକୁ ମାନିବା, ଦ୍ୱିତୀୟଟି ହେଲା ଟୀକା କରଣ ଓ ତୃତୀୟଟି ହେଲା ଭାଇରସ ପରିବର୍ତ୍ତନ ରୂପ । ଏଥିରେ କେବଳ ଶିଶୁ ନୁହେଁ ଅନ୍ୟମାନେ ବି ସଂକ୍ରମିତ ହେବେ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା ।

ସେହିପରି ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖା ଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୁତାଣୁ ସଂକ୍ରମିତ କରୁଛି । ଓଡ଼ିଶାରେ ବି ସମାନ ଅନୁପାତରେ ସମାନ ଭୁତାଣୁ ଦେଖା ଦେଇଛି । ପ୍ରଥମ ଲହରରେ B1.617.1 ଭୁତାଣୁ ଦେଖା ଦେଇଥିଲା । ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି । ମେ ୧୫ ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭରେ ଆମର ପିକ ଥିଲା । ଏବେ ୨୫ଠୁ କମିବା ଆରମ୍ଭ କରିଛି । ଭୁବନେଶ୍ୱର କଟକ ଓ ଢେଙ୍କାନାଳ ଭଳି ଜାଗାରେ ଟିକିଏ ସଂକ୍ରମଣ ଅଧିକ ରହୁଛି । ଆଉ ୧୦ ରୁ ୧୫ ଦିନ ଭିତରେ ସ୍ଥିତିରେ ସୁଧାର ଆସିଯିବ ।

ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ମୃତ୍ୟୁ ସଂଖ୍ୟା ବଢିବାର କାରଣ କୋଭିଡ ପେସେଣ୍ଟଙ୍କର ଅନ୍ୟ ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଆଉ କେତେକ କ୍ଷେତ୍ରରେ ଦେଖାଯାଉଛି ଲୋକମାନେ ପ୍ରଥମରୁ ଅବହେଳା କରୁଛନ୍ତି, ରୋଗ ସମ୍ପର୍କରେ ଲୁଚାଉଛନ୍ତି । ଯେଉଁଥିପାଇଁ ମେଡ଼ିକାଲ ଆସିବା ବେଳକୁ ସେମାନେ କ୍ରିଟିକାଲ ହୋଇ ପଡୁଛନ୍ତି । ଯାହା ଫଳରେ ମୃତ୍ୟୁ ସଂଖ୍ୟା ବଢ଼ୁଛି ।

ସେହିପରି ଟିକାକରଣକୁ ନେଇ କହିଛନ୍ତି ଯେ, କୋଭିସିଲଡ଼ ଓ କୋଭାକ୍ସିନ୍‌ କମ୍ପାନୀ ତାଙ୍କର ପ୍ରଡକସନ ବଢ଼ାଇସାରିଛନ୍ତି । ଏବଂ ଅନ୍ୟ ବିଦେଶୀ କମ୍ପାନୀ ମାନଙ୍କ କ୍ଷେତ୍ରରେ ବି ସର୍ତ୍ତାବଳୀକୁ ପରିବର୍ତ୍ତନ କରାଯାଇଛି । ଯାହା ସରକାର ଆକଳନ କରିଛନ୍ତି ସେହି ଅନୁସାରେ ଡିସେମ୍ବର ସୁଦ୍ଧା ଦେଶର ସମସ୍ତଙ୍କୁ ଟୀକା କରଣ ଶେଷ ହୋଇ ଯାଇଥିବ ।  ବ୍ଲାକ ଫଙ୍ଗସ ସଂକ୍ରମଣ ଆମ ଓଡିଶାରେ କଣ୍ଟ୍ରୋଲ ଷ୍ଟେଜରେ ଅଛି । ସରକାର ବି ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଆମ ରାଜ୍ୟରେ ବହୁତ କମ ରି-ଇନଫେକସନ ହେଉଛି । ରାଜ୍ୟରେ ଏହା ର ପରିମାଣ -1 ପ୍ରତିଶତ ରହିଛି ।  ବିଶେଷ କରି ହସ୍ପିଟାଲ ଓ ହେଲଥ ୱାର୍କର ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି । ଏହା ସହ ଟୀକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେହିଭଳି କିଛି କେସ କୁ ଅନୁଧ୍ୟାନ କରାଯାଉଛି । କିଛି ଜାଗାରେ ପରିଲକ୍ଷିତ ହେଉଛି ଟୀକାର ଦୁଇଟି ଡୋଜ ନେବା ପରେ ବି ଲୋକଙ୍କ ଭିତରେ ଆଣ୍ଟିବଡ଼ି ଡେଭଲପ ହେଉନି । ଏହା କେବଳ ସେହି ଲୋକମାନଙ୍କର ଇମ୍ୟୁନିଟି ପାୱାର ଉପରେ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.