ଦୁଇଟି ରାସନ କାର୍ଡରେ ନାଁ ରଖି ପ୍ରତିମାସରେ ପିଡିଏସ ଚାଉଳ ଏବଂ ଗହମ ଉଠାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | August 10, 2019 IST

ଭୁବନେଶ୍ବର ୧୦/୮: କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ହଟାଇବା ଯୋଜନାରେ ଲାଗିଛନ୍ତି ସରକାର ।ହେଲେ ସେପଟେ ଦୁଇ ଦୁଇଟି ରାସନ କାର୍ଡରେ ପିଡିଏସ ଚାଉଳ ଗହମ ଉଠାଉଥିବା ହିତାଧିକାରୀଙ୍କ ତାଲିକା ଦେଖି ସରକାର ଚିନ୍ତିତ ।ସେପ୍‌ଟେମ୍ବର ସୁଦ୍ଧା ରାସନ କାର୍ଡରେ ଥିବା ସଦସ୍ୟଙ୍କ ନାଁକୁ ଅଧାର ଲିଙ୍କ୍‌ କରିବାବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସାଂଘାତିକ ।ଏଭଳି ହିତାଧିକାରୀଙ୍କ  ସଂଖ୍ୟା ବହୁ ଅଧିକ ହେବ ବୋଲି ଜଣାପଡିଛି ।ତେବେ ବର୍ଷ ବର୍ଷ ଧରି ବେଆଇନ ଭାବେ ରାସନ ହାତଉଥିବା ଏପରି ହିତାଧିକାରୀଙ୍କର କଣ ହେବ ତାହା ଏବେ ବଡ଼ ପ୍ରଶ୍ନ ।…

{"id":142924}

ଦୁଇଟି ରାସନ କାର୍ଡରେ ନାଁ ରଖି ପ୍ରତିମାସରେ ପିଡିଏସ ଚାଉଳ ଏବଂ ଗହମ  ଉଠାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ।ଏପରି ହିତାଧିକାରୀଙ୍କର କାରବାର ଏଥର ବନ୍ଦ ହେବ ।ଜଣେ ବ୍ୟକ୍ତି ଦୁଇଟି ସ୍ଥାନରୁ ଦୁଇଟି ରାସନ କାର୍ଡ କରି ଯେଉଁ ସୁବିଧା ହାତଉଥିଲେ, ଏବେ ଆଧାର ଲିଙ୍କ୍‌ରେ ତାହା ଧରା ପଡିଗଲାଣି ।ବର୍ତ୍ତମାନ ସୁଦ୍ଧା ଏପରି ଡବଲ  ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ୬ ଲକ୍ଷ ଟପିଲାଣି ।ସେପ୍‌ଟେମ୍ବର ପହିଲା ପର୍ଯ୍ୟନ୍ତ ଅଛି ଡେଡ୍‌ ଲାଇନ ।ତେଣୁ ଡବଲ୍‌ ରାସନ କାର୍ଡ ବନାଇ ଡବଲ ରାସନ୍‌ ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବେଶ ବଢ଼ିବ ।ହେଲେ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏମିତି ଦୁଇଟି ସ୍ଥାନରେ ରାସନ କାର୍ଡରେ ଏତେ ସଂଖ୍ୟାରେ ଲୋକ ଚାଉଳ, ଗହମ, କିରୋସିନ ଉଠାଉଥିଲେ କେମିତି ? ବେଆଇନ ଭାବେ ନେଇଥିବା ରାସନର ମୂଲ୍ୟ କଣ ସରକାର ଫେରାଇ ଆଣିପାରିବେ ? ପୁଣି ଏକ ପ୍ରଶ୍ନ ଆସୁଛି କେବଳ ଆଧାର ଲିଙ୍କରୁ କଣ ସବୁ ଜାଲ ହିତାଧିକାରୀ ଧରାପଡିବେ କି ? ଏନେଇ କଣ କହିଛନ୍ତି ମନ୍ତ୍ରୀ ଶୁଣନ୍ତୁ ।…

{"id":142925}

କେମିତି ଲକ୍ଷ ଲକ୍ଷ ଲୋକ ଡବଲ ରାସନ କାର୍ଡ ବନାଇଥିଲେ । ବିନା​‌‌ ଭେରିଫିକେସନରେ ସରକାର କେମିତି କୋଟି କୋଟି ଟଙ୍କାର ରାସନ ବାଣ୍ଟିଲେ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ମାସକୁ ୫କେଜି ହିସାବରେ ଚାଉଳ, ଗହମ ଏବଂ ୨ଲିଟର କିରାସିନ ଜଣେ ହିତାଧିକାରୀ ନେଲେ ଏହାର ପରିମାଣ କେତେ ହେବ ।ଆଉ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ।…

{"id":142926}

ଆସନ୍ତା ସେପଟେମ୍ବରରୁ ଦୁଇଟି ସ୍ଥାନରେ ନାଁ ଥିବା ହିତାଧିକାରୀଙ୍କୁ ଆଉ ରାସନ ମିଳିବ ନାହିଁ ।କିନ୍ତୁ ଯେଉଁ ମାନେ ରାସନ କାର୍ଡ ସହ ଆଧାର ଲିଙ୍କ କରି ନାହାନ୍ତି ସେମାନେ ଲିଙ୍କ୍‌ ପରେ ରାସନ ଉଠାଇବେ ।ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ବେଳେ ଦଳୀୟ ଭିତିରେ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇଥିବାରୁ ବିବାଦ ମୁଣ୍ଡ ଟେକିଥିଲା । ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୬ ଲକ୍ଷ ଲୋକ ସାମିଲ ହୋଇଥିଲେ ବି ରାଜ୍ୟ ସରକାର ନିଜସ୍ବ ଯୋଜନାରେ ପୁଣି ୨୫ଲକ୍ଷ ଲୋକଙ୍କୁ ଯୋଡ଼ିଥିଲେ ।ଏସବୁର ଯାଞ୍ଚ ହେଲେ ଆହୁରି ସତ୍ୟ ପଦାକୁ ଆସିବ ।

{"id":142927}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.