Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭିନ୍ନକ୍ଷମ କେନ୍ଦ୍ରରେ ସେକ୍ସ ରାକେଟ ! ଥାନାରେ ମାମଲା ରୁଜୁ, ସଂସ୍ଥାର ମାଲିକ ଫେରାର

24/01/2021 at 8:15 AM

ଭୁବନେଶ୍ୱର ୨୪।୦୧ : ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ । ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ତାଲିମ୍ କେନ୍ଦ୍ରର ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବା ପାଇଁ ସଂସ୍ଥାର ମୁଖ୍ୟ ଏଭଳି କାଣ୍ଡ କରୁଥିବା ଭିଡିଓ ଭାଇରାଲ ହୋଇଛି ଥାନାରେ ମାମଲା ରୁଜୁ ପରେ ସଂସ୍ଥାର ମୁଖ୍ୟ ଫେରାର ହୋଇଯାଇଛନ୍ତି ।

ଭୁବନେଶ୍ବର ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପୁଟର, ସିଲେଇ ଏବଂ ବିୟୁଟି ପାର୍ଲର ତାଲିମ ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । କିନ୍ତୁ ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲର୍ଗାଲ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଜଣେ ଯୁବତୀଙ୍କୁ ଏକ କୋଠରୀରେ ଛାଡ଼ିବା ପରେ ଦଲାଲ ଜଣକ ବାହାର ପଟୁ ତାଲା ପକାଇ ଫେରି ଆସୁଛି । ଭିଡିଓରେ କିଛି ଅଶ୍ଲୀଳ କଥାବାର୍ତ୍ତା ମଧ୍ୟା ରହିଛି । ସଂସ୍ଥାର ସମ୍ପାଦକ ନିଜେ ମଧ୍ୟ କିଛି ଇଙ୍ଗିତ କରୁଥିବା ଭିଡିଓରେ ଦେଖାଯାଉଛି ।

   Related Posts