ଚୋରା ବାଲି ଚାଲାଣରେ ବ୍ୟବହୃତ ହାଇଓ୍ବା ଓ ମେସିନ ଜବତ, ଡ୍ରାଇଭର ଫେରାର

Published By : Prameya-News7 Bureau | November 10, 2019 IST

ପାଟଣା ୧୦।୧୧:  କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ତେନ୍ତେଳା ବୈତରଣୀ ନଦୀ ନିକଟ ଜଙ୍ଗଲ ରୁ ବାଲି ଉଠାଉ ଚୋରା ଚାଲାଣ ହେଉଥିଲା । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି  ହାଇଓ୍ବା ସହ ମେସିନ ଜବତ କରିଛି ।  

{"id":181760}

ସୂଚନାଯୋଗ୍ୟ ଯେ, ପାଟଣା ତହସିଲ ତେନ୍ତେଳା ବୈତରଣୀ ନଦୀ ପୀଠରୁ ବାଲି ବାଲି ଚୋରା ଚାଳାଣ ହେଉଥିଲା, ଯାହାକୁ ଗ୍ରମାବାମାନେ ବିରୋଧ କରିଆସୁଥିଲେ । ଶେଷରେ ବାଲି ଚୋରା ଚାଳାଣକୁ ବିରୋଧ କରି ଗ୍ରାମବାସୀ ମାନେ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ବନ ବିଭାଗ ପହଁଚିଥିଲେ । ବନ ବିଭାଗ ଘଟଣାସ୍ଥଳରୁ ୨ଟି ହାଇଓ୍ବା ଓ ଗୋଟିଏ ମେସିନ ଜବତ କରିଛି ।  ଗ୍ରାମବାସୀ ବିରୋଧ କରିବାରୁ ଘଟଣାସ୍ଥଳରୁ ଡ୍ରାଇଭର ମାନେ ଫେରାର ହୋଇ ଯାଇଥିବା ନେଇ  ପାଟଣା ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.