ପରକୀୟା ପ୍ରେମର ପରିଣତି: ବୋହୂକୁ ଦେଖାକରିବାକୁ ମନାକରିବାରୁ ପ୍ରେମିକାର ଶାଶୂକୁ ହତ୍ୟାକଲା ପ୍ରେମିକ

Published By : Prameya-News7 Bureau | December 10, 2018 IST

ମିର୍ଜାପୁର୧୦/୧୨- ପ୍ରେମପାଇଁ କିଏ କଣ  ନ କରିଛି । ଏମିତି ଉଦାହରଣ ଅଛି । ଜଣେ ନିଜ ପରକୀୟା ପ୍ରେମକୁ ପାଇବାକୁ ଅପରାଧ କରିବାକୁବି  ପଛେଇନାହିଁ । ପ୍ରେମରେ ଯଦି  କିଏ କଣ୍ଟା ସାଜିଲା ତାକୁ ସବୁଦିନ ପାଇଁ ରାସ୍ତାରୁ ହଟେଇଦେଇଛି ପାଗଳପ୍ରେମୀ । ଦୁନିଆରେ ଯେତେ ଅପରାଧ ସଂଘଟିତ ହୋଇଛି ତାହା ପଛରେ ଅଧିକାଂଶ ପ୍ରେମକୁ ନେଇହିଁ ହୋଇଛି । ସେହିଭଳି ଘଟଣାଟିଏ ଘଟିଛି ଉତ୍ତରପ୍ରଦେଶର ମିର୍ଜାପୁରରେ । ପରକୀୟା ପ୍ରେମପାଇଁ ଶାଶୁସାଜିଥିଲା ବାଧକ  । ଏଥିପାଇଁ କଣ ଘଟିଲା … ଆସନ୍ତୁଜାଣିବା

ସେମାନଙ୍କ ମଧ୍ୟରେ ଅନେକଦିନ ଧରି ପ୍ରେମ ସଂପର୍କ ଥିଲା । ବିବାହ କରିପାରିଲେନି ଦୁହେଁ ଦୁହିଁକୁ । କିନ୍ତୁ ପ୍ରେମକୁ ପାଇବାକୁପାଗଳ ହୋଇଯାଇଥିଲେ ଉଭୟ । ସେଥିପାଇଁ ପ୍ରେମିକା ବାହା ହୋଇଯିବା ପରେ ମଧ୍ୟ ଲୁଚିଛପି ପ୍ରେମ  କରୁଥିଲେ । କେବେକେବେ ଉଭୟ ମଉକା ଦେଖି ଦେଖା ବି କରୁଥିଲେ। ସେଦିନ ସେମିତି  ଗୋଟେ ମଉକାର ହାତଛଡ଼ା ହୋଇଗଲା ବୋଲିକ୍ଷୁବ୍ଧ ହୋଇ ପ୍ରେମିକ । ଆଉ ପ୍ରେମିକାର ଶାଶୂକୁ ମାରିଦେଲା ଜୀବନରୁ ।

 ଏଇ ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମିର୍ଜାପୁର ଅଂଚଳରେ । ପ୍ରେମିକ-ପ୍ରେମିକା ଉଭୟ ଏକହେବେ ବୋଲି କରିଥିଲେ ଏଭଳି ଯୋଜନା । ଯୋଜନା ମୁତାବକ ପ୍ରେମିକ ଦିନେଶଯାଦବ ପ୍ରେମିକା ଶିଲାକୁ ଫୋନକରି କହିଥିଲା ରାତିରେ ପହଁଚିଲେ କାବଟ ଖୋଲିବ । ରାତିରେ ଦିନେଶ ପହଂଚିବାରୁକବାଟ ଖୋଲିଥଲା ଶୀଲା । କବାଟ ଖୋଲିବା ପରେ ସେମାନେ ଭିତର ପଟୁ କବାଟର ଖିଡ଼ିକି ଦେଇଦେଇଥିଲେ । ଘରଭିତରେ ଶିଲା ସହଯୋଗରେ ତା ଶାଶୁକୁ ତଣ୍ଟି ଚିପି ହତ୍ୟାକରିଥିଲେ ।  ତା ପରେ ସେମାନେ ଫେରାର ହୋଇଯାଇଥିଲେ।

ପୋଲିସ ଉଭୟଙ୍କୁ ଗିରଫ କରିବା ପରେ ସବୁ ସତକଥା ମାନିଯାଇଥିଲେ । କିଭଳି ସେମାନେ ଯୋଜନା ବନାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.