Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଓଡିଶାରୁ ଚୋରା ଚାଲାଣ ବେଳେ ଛତିଗଡରେ ଧରାପଡିଲା ଟ୍ରକ୍ ଭର୍ତ୍ତି ଗୁଟଖା ଓ ଜର୍ଦ୍ଦା, ୨ ଗିରଫ

31/05/2020 at 4:53 PM

ଯଶପୁର ୩୧।୫: କରୋନା ଲକଡାଉନ୍‌ ଯୋଗୁ ସାରା ଦେଶରେ ଏବେ ମାଦକ ଦ୍ରବ୍ୟର କାରବାର ଉପରେ କଡା କଟକଣା ଜାରି ରହିଛି। ଏଥିରେ ଓଡିଶାରୁ ଚୋରା ଚୋଲାଣ ବେଳେ ଟ୍ରକ୍‌ ଭର୍ତ୍ତି ଜର୍ଦ୍ଦା ଓ ପାନମସଲା ଜବତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଛତିଶଗଡ ଯଶପୁର ଜିଲ୍ଲା ସରଗୁଜା ସମ୍ଭାଗର ତପକରା ପୋଲିସ ଏହି ଟ୍ରକ୍‌କୁ ଜବତ କରିଛି। ଜବତ ଗୁଟଖା ଓ ଜର୍ଦ୍ଦାର ବଜାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି।

ଲକଡାଉନ୍‌ ଯୋଗୁ ବଜାରରେ ପାନ, ଗୁଟଖା ଦୋକାନ ବନ୍ଦ ରହିଛି। ଫଳରେ ଗୁଟଖା ଓ ଖୈନିର କଳାବଜାରି ବଢିଯାଇଛି। ଏପରିକି ୨ ଟଙ୍କା ଖଇନି ପ୍ୟାକେଟ୍‌ ଏବେ ବଜାରରେ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୁଟଖା ଦର ମଧ୍ୟ ୧୨ରୁ ୨୦ ଟଙ୍କାରେ ପହଞ୍ଚିଛି। ଏଥିରେ ସମ୍ବଲପୁରରୁ ଚୋରାରେ ଯାଉଥିବା ରାଜଶ୍ରୀ ପାନମସଲା ଓ ଗୁଟଖା ଟ୍ରକ୍ ପୋଲିସକୁ ଆଶ୍ଚର୍ଯ୍ୟ କରିଛି।

ଓଡିଶାରୁ ଟ୍ରକ୍ ଟ୍ରକ୍ ପାନମସଲା ଛତିଶଗଡ ସାମାବର୍ତ୍ତି ଜିଲ୍ଲାମାନଙ୍କରେ ପହଞ୍ଚୁଥିବା ବେଳେ ଏଠାରୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଉଛି। ଚୋରା ଚାଲାଣ ହେଉଥିବାର ପୋଲିସକୁ ସୂଚନା ଥିଲା, ହେଲେ ପୋଲିସ ଟ୍ରକ୍‌ର ଟେର ପାଉନଥିଲା। ତେବେ ଚେକ୍ ପୋଷ୍ଟରେ ଯାଞ୍ଚ ବେଳେ ଓଡି-୧୫-ଏନ-୪୯୩୫ ନମ୍ବର ଟ୍ରକରେ ବିପୁଳ ପରିମାଣରେ ରାଜଶ୍ରୀ ଗୁଟଖା ଓ ଜର୍ଦ୍ଦା ବୋଝେଇଥିବାର ଦେଖାଯାଇଥିଲା ବୋଲି ତପକରା ଥାନା ଆଇଆଇସି ବି.ଏନ.ଶର୍ମା କହିଛନ୍ତି। ଟ୍ରକ୍‌କୁ ଆଇପିସିର ଧାରା ୧୮୮, ୩୪ରେ ଜବତ କରାଯାଇଥିବା ବେଳେ ଚାଳକ ଚନ୍ଦ୍ରପାଲ ଯାଦବ ଓ ହେଲପର ଶ୍ୟାମୁ ଯାଦବଙ୍କୁ ଗିରଫ କରାଯାଇଛି। ଗିରଫ ୨ ଜଣଙ୍କ ଘର କାନପୁରରେ ବୋଲି ଶର୍ମା କହିଛନ୍ତି।

   Related Posts