ପରିତ୍ୟକ୍ତ ଘରେ ଚାଲିଛି ବେଆଇନ ଗୁଟୁଖା ଫ୍ୟାକଟ୍ରି

Published By : Prameya-News7 Bureau | June 04, 2018 IST

ଅପନ୍ତରା ସ୍ଥାନ, ପରିତ୍ୟକ୍ତ ଘର , ଭଙ୍ଗା ଲୁହା ଗେଟରେ ତାଲା ଝୁଲୁଛି । ଦେଖିଲେ ଜଣାପଡୁଛି ଦୀର୍ଘ ବର୍ଷ ହେବ ଏଠି କେହି ରହୁନାହାନ୍ତି । କିନ୍ତୁ ଏହି ପରିତ୍ୟକ୍ତ ଘରେ ଚାଲିଛି ବେଆଇନ ଗୁଟୁଖା ଫ୍ୟାକଟ୍ରି । ଜୟପୁର ଗାନ୍ଧିଛକ ନିକଟସ୍ଥ ଡଙ୍ଗାଗୁଡାଠାରେ ଥିବା ଏକ ପରିତ୍ୟକ୍ତ ଘରେ ହିଁ ବିଭିନ୍ନ କମ୍ପାନୀର ଗୁଟୁଖା ପ୍ରସ୍ତୁତ ହେଉଛି । ହେଲେ ଦୀର୍ଘଦିନ ଧରି ଏଠାରେ ବେଆଇନ ଗୁଟକା କାରଖାନା ଚାଲିଥିବା ବେଳେ ପୋଲିସ, ପ୍ରଶାସନ, ଅବକାରୀ ବିଭାଗ କାହା ପାଖରେ ଖବର ନାହିଁ । ତେବେ ପ୍ରମେୟ ନ୍ୟୁଜ୍ ସେଭେନ ପକ୍ଷରୁ କରିଯାଇଥିବା ଷ୍ଟିଙ୍ଗ ଅପରେସନରେ ଏହି ବେଆଇନ କାରବାରର ପର୍ଦ୍ଦାଫାସ ହୋଇଛି । ବାହାରେ ତାଲା ଝୁଲୁଥିଲେ ସୁଦ୍ଧା ଭିତରେ ୩ ବଖରା ରହିଛି । ସେହି ଘର ଭିତରେ ଗୁଟଖା ତିଆରି ହେଉଛି । ଗୁଟଖା ପ୍ରସ୍ତୁତ ପାଇଁ ୨ ଟି ମେସିନ ସମେତ ପ୍ୟାକିଂ ପଲିଥିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରହିଛି । ତେବେ ଜୟପୁର ଆଖପାଖ ଅଞ୍ଚଳରେ ଏଭଳି ବେଆଇନ ଗୁଟକା କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ୪ ମାସ ତଳେ ଚନ୍ଦନବାଡ ସାହିରେ ଏକ ବେଆଇନ ଗୁଟକା ପ୍ରସ୍ତୁତ କରୁଥିବା ଫ୍ୟକ୍ଟ୍ରିକୁ ଜବତ କରିଥିଲା ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.