ପରକୀୟା ସଂପର୍କ ; ବିବାହିତ ମହିଳାଙ୍କୁ ସ୍ତ୍ରୀ କରି ରଖିବାକୁ ଅନ୍ୟଜଣେ ଯୁବକ ପ୍ରତିଶୃତି ଦେଇ କଲା ଦୁଷ୍କର୍ମ

Published By : Prameya-News7 Bureau | March 09, 2019 IST

ଋଡ଼କୀ ୯/୨- ପରକୀୟା ପ୍ରେମ ପାଇଁ ମହିଳା ନା ଏକୂଳର ହେଲା ନା ସେକୂଳର । ନିଜ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଯୁବକଙ୍କ ସହ ରହିବା ହେଲା କାଳ । ଶେଷରେ ଯୁବକ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ଛାଡ଼ି ହୋଇଛି ଫେରାର ।

ଏମିତି ଘଟଣା ଘଟିଛି ଋଡ଼କୀ ଭଗବାନପୁର ଥାନା ଅଂଚଳରେ । ଶ୍ଵେତା ନାମକ ଜଣେ ମହିଳା ଏହି ଘଟଣାରେ ହୋଇଛନ୍ତି ଶିକାର ।

ଘଟଣାରୁ ଜଣାଯାଇଛି, ଶ୍ଵେତା ନାମକ ବିବାହିତା ମହିଳାଙ୍କ ଜଣେ ସାନଭାଇଥିଲା । ସାନଭାଇର ସହିତ ମହେଶ ନାମକ ଜଣେ ଯୁବକ ମଧ୍ୟ ସାଙ୍ଗ ହେଉଥିଲା । ସବୁବେଳେ ମହେଶ ଯିବାଆସିବା ସମୟରେ ଶ୍ଵେତା ସହିତ ପ୍ରେମ ହୋଇଯାଇଥିଲା ।

ଏହି ପ୍ରେମସଂପର୍କ ଭିତରେ ଶ୍ଵେତା ଓ ମହେଶ ନିବିଡ଼ ହୋଇଯାଇଥିଲେ । ଫଳରେ ସେମାନେ ଗୋପନରେ ମିଶାମିଶି କରିବା ପରେ ଶେଷରେ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।

ବିବାହ କରିବାକୁ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଘରୁ ଉଠାଇନେଇଥିଲେ । ଶ୍ଵେତା ଓ ମୁକେଶ ଦୁହେଁ ଘରୁ ପଳେଇଯାଇ ଅନ୍ୟସ୍ଥାନରେ ଘରଭଡ଼ା ନେଇ ରହିଥିଲେ । ମୁକେଶ ୬ମାସ ଶ୍ଵେତାକୁ ସାଙ୍ଗରେ ସ୍ତ୍ରୀଭଳି ରଖିଥିଲା । କିନ୍ତୁ ବିବାହ କରିବାର କିଛି ନା ଗନ୍ଧ ଧରୁ ନଥିଲା । ଶ୍ଵେତା ବିବାହ କରିବାକୁ  ଜିଦ୍ ଧରିବାରୁ ମୁକେଶ ବାହାନା ଦେଖାଇ ଖସିଯାଉଥିଲା ।  ବିବାହ କରିବା ନାଁରେ ବାରମ୍ବାର ଦୁଷ୍କର୍ମ କରିବା କଥା ଥାନାରେ ଅଭିଯୋଗ କରିଛି ଶ୍ଵେତା ।

ଏହି ଅଭିଯୋଗରେ ମୁକେଶଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.