ଥମୁନି ବେଆଇନ ଗୋ ଚାଲାଣ, ରାଜପଥରୁ ଗୋରୁ ବୋଝେଇ କଣ୍ଟେନର ଜବତ

Published By : Prameya-News7 Bureau | July 04, 2021 IST

ତେଲକୋଇ ୪/୭ : ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ସକାଳୁ ଗୋଟିଏ କଣ୍ଟେନରରୁ ୧୦୦ରୁ ଅଧିକ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମ ବାସୀ । ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ସକାଳ ସମୟରେ ଗୋଟିଏ କଣ୍ଟେନରରୁ କିଛି ଶବ୍ଦ ଆସୁଥିବା ଶୁଣି ଗାଁ ଲୋକେ ସନ୍ଦେହ କରି କଣ୍ଟେନର ପାଖକୁ ଯାଇଥିଲେ ।

wp:gallery {"ids":[475251],"linkTo":"none"} /wp:gallery

ଉପରକୁ ଚଢି ଦେଖିଲାବେଳକୁ ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ଗୋଡ ବନ୍ଧା ହୋଇ ଲଦା ହୋଇଥିଲେ। କଣ୍ଟେନରଟି ରାତିରେ ଯାଉଥିବା ବେଳେ ଖରାପ ହୋଇଯିବାରୁ ଡ୍ରାଇଭର ଭୟରେ ଗାଡି କୁ ଛାଡି ପଳାଇ ଥିଲା । ତେବେ ସମସ୍ତ ଗୋରୁ ଗୁଡିକୁ ସୁରକ୍ଷିତ ଭାବେ ଗାଁ ଲୋକେ ଉଦ୍ଧାର କରିଛନ୍ତି । ସେଥି ମଧ୍ୟରୁ ତିନୋଟି ଗୋରୁଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଥିବା ଜଣା ପଡିଛି । ଖବର ପାଇ ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଣ୍ଟେନର ଓ ଗୋରୁ ଗୁଡିକୁ ନିଜ ହେପାଜତକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.