ଜିମ୍ନାଷ୍ଟିକ ଖେଳାଳୀ ଚୟନରେ ଅନିୟମିତତା ଅଭିଯୋଗ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | November 09, 2021 IST

ପୁରୀ, ୦୯/୧୧: ପୁରୀ ଜିଲ୍ଲା ଜିମ୍ନାଷ୍ଟିକ ଖେଳାଳୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି କ୍ରୀଡାବିତ୍ ଓ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଜାତୀୟ ଜୁନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ ପାଇଁ ଗତ ୭ ତାରିଖରେ ଚୟନ କରାଯାଇଥିଲା। ଏ ନେଇ ଖେଳାଳୀ ୮ ତାରିଖରେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଥିଲେ। ପୁରୀ ଜିଲ୍ଲାରେ ବହୁ ସଂଖ୍ୟାରେ ଜିମ୍ନାଷ୍ଟିକ କ୍ରୀଡ଼ାବିତ ଥିଲେ ମଧ୍ୟ କାହାରିକୁ ଅବଗତ କରାନଯାଇ ସମ୍ପାଦକ ଦୁଇ ଜଣ ବାଳକ ଓ ଜଣେ ବାଳିକାଙ୍କୁ ପଠାଇ ଦେଇଛନ୍ତି।

ଚୟନ ପ୍ରକ୍ରିୟାରେ ଜାଲିଆତି କରି କୃତି କ୍ରୀଡ଼ାବିତଙ୍କୁ ବାଦ ଦେଇ ନିଜ ଇଚ୍ଛାରେ ପିଲାମାନଙ୍କୁ ବାଛିଥିବାରୁ ଏହାର ତଦନ୍ତ କରି ଖେଳାଳୀଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.