ଷ୍ଟେସନରେ ସେକ୍ସ ରାକେଟ୍, ରାତି ବଢ଼ିଲେ ଗରାଖ ଖୋଜୁଛି ରୂପଜୀବୀ

Published By : Prameya-News7 Bureau | February 07, 2020 IST

କଟକ୭/୨: ରାତି ଗୋଟାଏ ବାଜିଲେ କଟକ ରେଳ ଷ୍ଟେସନରେ ଚକ୍କର ମାରୁଛନ୍ତି ଯୁବତୀ। ଯୁବତୀଙ୍କ ପାଖରେ ଲାଗୁଛି ନାମୀଦାମୀ କାର ଏବଂ ବାଇକ। କାର୍‌, ବାଇକ୍ ଭେଟ୍‌ଭାଟ ଭିତରେ ଅନ୍ଧାରିଆ ଇଲାକାରେ ହେଉଛି ମୂଲଚାଲ। ଏହି ସମୟ ଭିତରେ କେତକ ଯୁବତୀ ଗାଡ଼ିରେ ବସି ଅନ୍ତର୍ଦ୍ଧାନ ହୋଇଟାଉଥିବେଳେ ଆଉ କେତେଜଣ ଯୁବତୀ ଅନ୍ଧାରୁଆ ସ୍ଥାନରେ ଚଳାଉଛନ୍ତି ଅନୈତିକ କାର୍ଯ୍ୟକଳାପ। କଟକ ରେଳ ଷ୍ଟେସନ ନିକଟରେ ଚାଲିଛି ବେଧଡ଼କ ସେକ୍ସ ରାକେଟ୍।

ଜନଗହଳିପୂର୍ଣ୍ଣ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳ, ରେଳବାଇ ଥାନା, ମାଲଗୋଦାମ ଥାନା, ଚାଉଳିଗଞ୍ଜ ଥାନାକୁ ଲାଗିଥିବା ସ୍ଥାନରେ ଚାଲିଛି ଖୋଲ୍‌ମ ଖୋଲା ଦେହବେପାର। ରାକେଟରେ କେତେକ ଚିହ୍ନାମୁହଁ ବି ରହିଛନ୍ତି। ମଉଜ କରିବା ପାଇଁ ବିଭିନ୍ନ ହୋଟେଲ, ଲଜିଂ ଗେଷ୍ଟ ହାଉସକୁ ରୂପଜୀବୀଙ୍କୁ ନେଇ ଲାଗି ରହିଛି ଅଲଗା ରେଟ୍‌।

ସେକ୍ସ ରାକେଟ ପାଇଁ କଟକ ରେଳ ଷ୍ଟେସନ ସାଜିଛି ପେଣ୍ଠସ୍ଥଳୀ। ପ୍ରତିଦିନ ଯୁବତୀମାନେ ଆସି ଇଶାରା ଦେଇ ଗ୍ରାହକଙ୍କୁ ଡାକି ଥାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଏମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ୩ଜଣ ରାଣୀ ମହୁମାଛି ରହିଛନ୍ତି।​ ପୋଲିସ୍‌ ଓ ବାହାର ଲୋକ ଓ ବିଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ୨/୩ ଯୁବକ ମଧ୍ୟ ସେକ୍ସ କାରବାରରେ ନିୟୋଜିତ ହୋଇଛନ୍ତି। କଟକ ରେଳ ଷ୍ଟେସନରେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତୀବ୍ର ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.