୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ, କାଠ ମାଫିଆଙ୍କ ଟେର ପାଉନି ବନବିଭାଗ
17/03/2020 at 3:57 PM

ଆନନ୍ଦପୁର ୧୭।୩: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅର୍ଗଦା ଗାଁରେ ପୋଲିସ ଓ ବନବିଭାଗର ମିଳିତ ଚଢାଉ । ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଚୋରା କାଠ ଗାଁରେ ଗଚ୍ଛିତ ଥିବା ନେଇ ବିଶେଷ ସୂତ୍ରରୁ ଖବରପାଇ ଚଢାଉ କରିଥିଲେ ଉଭୟ ପୋଲିସ ଓ ବନବିଭାଗ । ଚଢାଉ ଫଳରେ ଗାଁରେ ଗଚ୍ଛିତ ଥିବା ବହୁ ମୂଲ୍ୟବାନ କାଠ ଜବତ ହୋଇଛି । ଜବତ କାଠର ଆନୂମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ବନବିଭାଗ ତରଫରୁ କୁହାଯାଇଛି ।

ତେବେ ଏତେ ପରିମାଣର କାଠ ଅର୍ଗଦା ଗାଁକୁ କିପରି ଆସିଲା ଓ ଏହା ପଛରେ କାହାର ହାତ ଅଛି ତାକୁ ନେଇ ବନବିଭାଗ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି । ଜବତ କାଠକୁ ଆନନ୍ଦପୁର ବନବିଭାଗ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021