ଅସୁରକ୍ଷିତ ଭିତରକନିକା ; ମାତିଛନ୍ତି କାଠ ମାଫିଆ, ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ

Published By : Prameya-News7 Bureau | January 31, 2019 IST

ରାଜନଗର ୩୧|୧:  ଅସୁରକ୍ଷିତ ଭିତରକନିକା । ମାତିଛନ୍ତି କାଠ ମାଫିଆ । ପଦା ହୋଇଯାଉଛି ଘଞ୍ଚ ଜଙ୍ଗଲ । ବନ ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବନ ବିଭାଗର ନାକତଳେ ଚାଲିଛି ଜଙ୍ଗଲ ଚୋରୀ । ପ୍ରଶ୍ନ ଉଠୁଛି ଭିତରକନିକା ଜଙ୍ଗଲ କତେ ସୁରକ୍ଷିତ ?

{"id":80106}

ଲୁଣା ଜଙ୍ଗଲ ଭିତରକନିକା ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ମାତିଛନ୍ତି କାଠ ମାଫିଆ । ଦିନ ଦ୍ବିପ୍ରହରେ ଚାଲିଛି ବେଧଡକ ଚାଲିଛି ଜଙ୍ଗଲ ଚୋରୀ । ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ଚାରିଘରିଆ ଜଙ୍ଗଲରେ ।

{"id":80107}

ସାତଭାୟା ଫରେଷ୍ଟ ଅଫିସରୁ ମାତ୍ର ଶହେ ମିଟର ଦୂରରେ ରହିଛି ଘଞ୍ଚ ଜଙ୍ଗଲ । ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ । ଜଙ୍ଗଲରେ ୭୨ ପ୍ରଜାତିର ବିରଳ ବୃକ୍ଷ ଦେଖିବାକୁ ମିଳେ । ଜଙ୍ଗଲ କ୍ଷୟ ଉପରେ ରୋକ ନଲାଗିଲେ କୁମ୍ଭୀର, ହରିଣ ଓ ପକ୍ଷୀ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ଭିତରକନିକା ।

{"id":80109}

ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ଚାଲିଛି ଜଙ୍ଗଲ ସୁରକ୍ଷ। । ବୃକ୍ଷ ରୋପଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ଘଞ୍ଚ ଜଙ୍ଗଲର ସୁରକ୍ଷା ଏବେ ବନବିଭାଗର ଦୃଷ୍ଟି ଆଢୁଆଳରେ ରହିଛି ।

{"id":80110}

ପ୍ରଶ୍ନ ଉଠୁଛି ଫରେଷ୍ଟ ଅଫିସ ନିକଟରେ କିଭଳି ଚାଲିଛି ମାଫିଆ ରାଜ । କିଏ ଦେଉଛି ପ୍ରୋତ୍ସାହନ । କାହିଁକି ଟେର ପାଉନି ବନ ବିଭାଗ ।   ନା ବନବିଭାଗ ସହିତ ମାଫିଆ ହୋଇଛି ଭିତିରି ଡିଲ୍ ।ସେପଟେ ରାଜନଗର ବନଖଣ୍ଡ ଅଧତ୍କାରୀ କହୁଛନ୍ତି ତାଙ୍କ ପାଖରେ ଖବର ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.