ବେଧଡକ ଚାଲିଛି ଶାଳ ଗଛ କଟା, ବନ ବିଭାଗ ସାଜିଛି ନୀରବଦ୍ରଷ୍ଟା

Published By : Prameya-News7 Bureau | September 24, 2020 IST

କେନ୍ଦୁଝର ୨୪।୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏବେ ସକ୍ରିୟ ହୋଇ ପଡିଛନ୍ତି କାଠ ମାଫିଆ । ଦିନ ଦ୍ବିପ୍ରହରରେ ସଂରକ୍ଷିତ ଜଙ୍ଗଲ ହେଉ କି ଗ୍ରାମ୍ୟ ଜଙ୍ଗଲ ବେଧଡ଼କ ଭାବରେ କାଟି ଚାଲିଛନ୍ତି ମୂଲ୍ୟବାନ ଗଛ ।

ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ବିଟ୍ ଅଧିନ ଖଡିକାପଦା ପଞ୍ଚାୟତ ଖଡ଼ିବେଡା ଗ୍ରାମର ଖମାର ହୁଡ଼ିରେ ଚାଲିଛି ବେଧଡ଼କ ଶାଳ ଗଛକଟା । ଏଥି ସହିତ କରତ ସାହାଯ୍ୟରେ ଚାଲିଛି ଗଣ୍ଡି ଚିରା ଉକ୍ତ ହୁଡିରୁ ବହୁ ମୂଲ୍ୟବାନ ଶାଳ ଗଛ କଟା ଯିବା ସହିତ ହୁଡ଼ି ଭିତରେ କରତ ସାହାଯ୍ୟରେ ଚାଲିଛି ପଟା ଚିରା। କଟାଯାଇଥିବା ଗଛର ଆନୁମାନିକ ମୂଲ୍ୟ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

{"id":333808,"sizeSlug":"large"}

ତେବେ କିପରି ଏତେ ମାତ୍ରାରେ ଗଛ କାଟି ଉକ୍ତ ଜାଗାରେ କରତ ସାହାଯ୍ୟରେ ପଟା ଚିରି ଚୋରା ଚାଲାଣ କରୁଛନ୍ତି କାଠ ମାଫିଆ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସହିତ ବନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି । ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଏ ସମ୍ପର୍କରେ ମୁହଁ ଖୋଲୁ ନଥିବା ବେଳେ ସାହାରପଡା ବନପାଳ ସୁନୀତା ବାଘେଲ ଗଛ କଟା କଥା ଜାଣି ନଥିବା କହିଛନ୍ତି ।

ସେପଟେ ଗଛ କଟାକୁ ନେଇ ପରିବେଶ ବିତ୍ ଚିନ୍ତାରେ ଥିବା ବେଳେ ଗଛ କଟା ଘଟଣାର ତଦନ୍ତ କରି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାରପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଏକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.