ମାଫିଆ ଗଛ କାଟି ନେଲେ, ବନ ବିଭାଗ ଖୋଳିଲା ଗାତ : କୁଲଡିହା ଅଭୟାରଣ୍ୟରେ ଚାଲିଛି ମିଳିମିଶି ଲୁଟ୍ !

Published By : Prameya-News7 Bureau | January 21, 2020 IST

ସୋର ୨୧।୦୧: କୁଲଡିହା ଅଭୟାରଣ୍ୟରେ ବେଧଡକ ଭାବେ ଚାଲିଛି ଗଛ କଟା । ବନ ବିଭାଗ ସବୁ ଦେଖିବା ସତ୍ତ୍ବେ ନଦେଖିବା ପରି ଅଭିନୟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜଙ୍ଗଲରେ ମାଫିଆମାନେ ଗଛ କାଟି ଆଣିବା ପାଇଁ ୨କିମି ରାସ୍ତାରେ ଥିବା ଶହ ଶହ ଗଛ କାଟି ଜଙ୍ଗଲରେ ରାସ୍ତା ନିର୍ମାଣ କରିଛନ୍ତି । ତେବେ ଏପରି ଭାବେ ମାସ ମାସ ଧରି ଗଛ କଟାଚାଲିଥିବା ବେଳେ ବନ ବିଭାଗ ପାଖରେ କେମିତି କିଛି ଖବର ନାହିଁ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହୁଛି ।

{"id":214208,"sizeSlug":"large"}

କୁଲଡିହା ଅଭୟାରଣ୍ୟରେ ଶାଳ, ପିଆଶାଳ, ଆକାଶୀ ପରି  ମୁଲ୍ୟବାନ ଗଛ ରହିଛି । କିନ୍ତୁ ଗତ କିଛିମାସ ହେଲା ମାଫିଆମାନେ ଏହିସବୁ ମୁଲ୍ୟବାନ ଗଛ ବେଧଡକ ଭାବେ କାଟିନେଉଛନ୍ତି । ଯାହାକୁ ନେଇ ପରିବେଶବିତ ମାନେ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି ।  ସେପଟେ ଏହି ଖବର ପ୍ରସାରଣ ହେବା ପରେ ବନବିଭାଗ ନିଜର ଦୋଷଲୁଚାଇବାକୁ ଯାଇ ତରବରିଆ ଭାବେ ଜେସିବି ମେସିନି ଆଣି ରାସ୍ତା ମଝିରେ ଏକ ଗାତ କରି ଉଭୟ ପଟୁ ବିଚ୍ଛିନ୍ନ କରିଛନ୍ତି ।

{"id":214209,"sizeSlug":"large"}

କିନ୍ତୁ ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ବାସ କରୁଥିବାବେଳେ ବନ ବିଭାଗ କିପରି ଭାବେ ରାସ୍ତା ମଝିରେ ୫ଫୁଟର ୬ଟି ଗାତ କରିଛି । ବନବିଭାଗ କରିଥିବା ଗାତରେ ଯଦି କୌଣସି ହାତୀ କିମ୍ବା ଅନ୍ୟ ଜୀବଜନ୍ତୁ ପଡିଯାଆନ୍ତି । ତେବେ ସେଥିପାଇ କିଏ ଦାୟୀ ରହିବ ବୋଲି ସାଧାରଣରେ ଚର୍ଚ୍ଚ ହେଉଛି । ଅଭୟାରଣ୍ୟରେ ଗାତ କରିବାର ନିୟମ ନଥିବାବେଳେ, ବନବିଭାଗ କିପରି ଗାତ ଖୋଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.