କୋରାପୁଟ ମାଛକୁଣ୍ଡରୁ ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଛି ପଥର ଚିପ୍ସ

Published By : Prameya-News7 Bureau | January 27, 2020 IST

ଲମତାପୁଟ ୨୭।୦୧ - କୋରାପୁଟ ମାଛକୁଣ୍ଡରୁ ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଛି ପଥର ଚିପ୍ସ ।ସ୍ଥାନୀୟ ଟାକୁଆପଡାର କିଛି ଯୁବକ ୬ ମାସ ହେଲା ଏହି କାରବାର ଚଳାଇଛନ୍ତି । ଚେ।ରା ଚାଲାଣ ବେଳେ ୬ଟି ଟିପର ଜବତ କରିଛନ୍ତି ତହସିଲଦାର ।

ମାଫିଆଙ୍କ କବଜାରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ସିଲପଣ୍ଡି କ୍ରସର । କ୍ରସରରୁ ବେଧଡକ ଚେ।ରା ଚାଲାଣ ହେଉଛି ପଥର ଚିପ୍ସ ।ସିଲପଣ୍ଡିରୁ ରେଳ ଲାଇନ ଦୋହୋରି କରଣ ପାଇଁ ମେଟାଲ ଚିପ୍ସ ଯୋଗାଇବାକୁ ଅନୁମତି ମିଳଛି ।  କିନ୍ତୁ କ୍ରସରରେ ରୟାଲଟି ଫାଙ୍କି ଆନ୍ଧ୍ରକୁ ଚିପ୍ସ ଚାଲାଣ କରୁଛନ୍ତି ମାଫିଆ। ଗତ ୬ମାସ ହେଲାଣି ବେଆଇନ କାରବାର ଚଳାଇଛନ୍ତି ସ୍ଥାନୀୟ ଟାକୁଆପଡା ଅଞ୍ଚଳର କିଛି ଯୁବକ । ତେବେ ଚେ।ରା ଚାଲାଣ ବେଳେ ୬ଟି ଟିପ୍ପର ଜବତ କରିଛନ୍ତି ତହସିଲଦାର । ଜବତ ଗାଡି ଗୁଡିକ ପାଖରେ କୌଣସି କାଗଜପତ୍ର ସହ ପରମିଟ୍ ନଥିବା ଜଣାପଡିଛି। ଏ ନେଇ କଣ କହୁଛନ୍ତି ଡ୍ରାଇଭର ଓ କ୍ରସର ସୁପର ଭାଇଜର ଶୁଣନ୍ତୁ ।

{"id":216782,"sizeSlug":"large"}

ଏମାନଙ୍କ ବୟାନ୍ ଦୁର୍ନୀତିକୁ ସ୍ପଷ୍ଟ କରୁଛି । କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତ କରି କ୍ରସର ମାଲିକ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ଏହି ବେଆଇନ କାରବାର ଚଳାଇଥିବା ଅନୁମାନ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ୬ମାସ ହେଲା ଚିପ୍ସ ଚେ।ରା ଚାଲାଣ ହେଉଥିବା ବେଳେ କେମତି ଜାଣି ପାରିନଥିଲା ଜିଲ୍ଲା ପ୍ରଶାସନ? କାହା ଛତ୍ରଛାୟା ତଳେ ରହି ବିନା ପରିମିଟ୍‌ରେ ପଥର ଚାଲାଣ କରୁଛନ୍ତି ମାଫିଆ ? ଏ ବାବଦରେ ଅଜବ ଯୁକ୍ତି ବାଢିଛନ୍ତି ତହସିଲଦାର ।

ବେଆଇନ ପଥର ଚାଲାଣ କରି କେ।ଟି କେ।ଟି ଟଙ୍କାର ମୁନାଫା କମାଉଛନ୍ତି ମାଫିଆ । ଆଉ  କ୍ଷତି ସହୁଛନ୍ତି ସରକାର । ତୁରନ୍ତ ଏହା ଉପରେ ରେ।କ ଲଗାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.