Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବେଆଇନ ଭାବେ ଖଣି ଖୋଳି​‌ ମାଙ୍କଡ଼ା ପଥର ଚାଲାଣ: ୭ଟି ଟ୍ରକ ଜବତ, ୭ ଗିରଫ

27/11/2020 at 12:58 PM

ଭୁବନ୨୭/୧୧: ବେଆଇନ ଭାବେ ଖଣି ଖନନ କରି ଚାଲିଥିଲା ମାଙ୍କଡ଼ା ପଥର ଚାଲାଣ। ଜିଲ୍ଲା ବାହାରକୁ ଚୋରା ମଙ୍କଡ଼ା ପଥର ଚାଲାଣ ବେଳେ ଢେଙ୍କାନାଳ ଭୁବନ ନିକଟରୁ ୭ଟି ଚୋରା ପଥର ବୋଝେଇ ଟ୍ରକ ଜବତ ସହ ୭ ଜଣଙ୍କୁ ଗିରଫ କଲା ପୁଲିସ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇଣ୍ଡିପୁରରୁ ବେଆଇନ ଭାବେ ପଥର ଖନନ କରି ମଙ୍କଡ଼ା ପଥର ଜିଲ୍ଲା ବାହାରକୁ ଚୋରା ଚାଲାଣ କରାଯାଉଥିବା ଧରା ପଡିଛି।

ଏପରି କି ଗତ ବିଳମ୍ବିତ ରାତ୍ରିରେ ଏପରି ଚାଲାଣ କରାଯାଉଥିବା ୭ଟି ଟ୍ରକକୁ ଭୁବନ ପୁଲିସ ଜବତ କରିଛି। ୭ଜଣ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଛି। ପଥର ବୋଝେଇ ଟ୍ରକ ସହ ଡ୍ରାଇଭରମାନଙ୍କୁ ଭୁବନ ଥାନାରେ ରଖାଯାଇଛି । ତେବେ ସେମାନଙ୍କୁ ପଚରା ଉଚରା କରିବା ପରେ ଏହି ଚୋରା ପଥର ସବୁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇଣ୍ଡିପୁରରୁ ଭୟ ପଣ୍ଡୁଆ ଦେଇ ଭୁବନ ରୁ ଯାଜପୁର ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡିଛି।

ତେବେ କାମାକ୍ଷାନଗର ଉପ ଆରକ୍ଷୀଅଧିକାରୀ ସୁପ୍ରଶନ୍ନ ମଲ୍ଲିକ ରାତ୍ରି ପାଟ୍ରୋଲିଂ ସମୟରେ ଜାତୀୟ ରାଜପଥ ୫୩ରୁ ଗାଡିଗୁଡିକୁ ଅଟକ ରଖି ଭୁବନ ଥାନାରେ ଜିମା ଦେଉଥିବା ଜଣାପଡିଛି । ଏ ସମ୍ପର୍କରେ ଭୁବନ ପୁଲିସ ଅଧିଜ ତଦନ୍ତ ଜାରି ରଖିଛି ।

   Related Posts