କଳାହାଣ୍ଡିରେ ପଥର ମାଫିଆଙ୍କ ରାଜ୍ -ଦିନ ଦ୍ବିପହରରେ ଚାଲିଛି ବେଆଇନ୍ ପଥର ଚାଲାଣ

Published By : Prameya-News7 Bureau | October 28, 2019 IST

ଭବାନୀପାଟଣା ୨୮।୧୦ - କଳାହାଣ୍ଡିରେ ବେଧଡକ ଲୁଟ୍ ହେଉଛି ପାହାଡ । ମନ ଇଛା ପାହାଡ କାଟି ଖେ।ଳ କରୁଛନ୍ତି ମାଫିଆ । ରବିବାର ବେଆଇନ ପଥର ବ୍ଲାଷ୍ଟିଂ ପରେ ପାହାଡକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

{"id":176074}

କଳାହାଣ୍ଡିରେ ପଥର ମାଫିଆଙ୍କ ରାଜ୍ ।ଦିନ ଦ୍ବିପହରରେ ଚାଲିଛି ବେଆଇନ୍ ପଥର ଚାଲାଣ । ରବିବାର ଜୟପାଟଣା ତହସିଲ ଲାଣ୍ଡିମୁଣ୍ଡା ପାହାଡରେ ପଥର  ବ୍ଲାଷ୍ଟିଂ ପରେ ସାମ୍ନାକୁ ଆସିଛି ଘଟଣା । ପଥର ବ୍ଲାଷ୍ଟିଂ ଯେ।ଗୁଁ ନିକଟସ୍ଥ କାଶୀବାହାଲ ଓ ଆମଗଛ ପଡା ଗାଁ ରେ କାନ୍ଥରେ ଫାଟ ସୃଷ୍ଟି ହେ।ଇଥିଲା । ଯାହାକୁ ନେଇ ତାତିଥିଲେ ଲେ।କ ।ତୁରନ୍ତ ପାହାଡ ଖନନ ବନ୍ଦ କରିବାକୁ ଦାବି କରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ପାହାଡକୁ ସିଲ କରିଛନ୍ତି ।

{"id":176076}

ଦୀର୍ଘ ୩ ବର୍ଷ ହେଲା ଏଠାରେ ପଥର ଖନନ ଚାଲିଛି । ୪ଟି ୟୁନିଟି ବେଆଇନ ପଥର ଖନନ କରି ଯୋଗାଣ କରୁଛନ୍ତି ।କିନ୍ତୁ ପ୍ରଶାସନ ପାଖରେ ଏ ନେଇ ଖବର ନାହିଁ । ଏକଥା କୁ କିନ୍ତୁ ସହଜରେ ଗ୍ରହଣ କରିବାକୁ ନାରାଜ ଅଞ୍ଚଳବାସୀ । ସେମାନଙ୍କ ଅନୁସାରେ ଦେ।ଷ ଲୁଚାଇବାକୁ ପାହାଡ ସିଲ୍ କରିଛି ପ୍ରଶାସନ । ଏଥିରେ ଶତପ୍ରତିଶତ ପ୍ରଶାସନିକ ଅଧିକାରୀଙ୍କ ହାତ ରହିଛି ।

ପାହାଡ ରୁ ବେଆଇନ ପଥର ଉତ୍ତୋଳନ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି ସରକାର । ତଥାପି କାର୍ଯ୍ୟାନୁଷ୍ଠାନ ଶୂନ୍ । ତେଣୁ କାହା ଇଙ୍ଗିତ୍‌ରେ ପଥର ଖନନ ଚାଲିଛି, କାହା ଛତ୍ରଛାୟା ତଳେ ରହି େକ।ଟି େକ।ଟି ଟଙ୍କା ଉପାର୍ଜନ କରୁଛନ୍ତି ମାଫିଆ, ତାହା ତଦନ୍ତ ସାପେକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.