Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବେଧଡକ ଚାଲିଛି ପଥର ଚୋରାଚାଲାଣ: ବାରମ୍ବାର ଅଭିଯୋଗ ପରେ ଲୋକ ଦେଖାଣିଆ ଚଢଉ କରୁଛି ପ୍ରଶାସନ, ଖାଦାନ ବନ୍ଦ ହେବ ନା ଫୁରସତ୍‌ରେ ଚାଲିବ ବେପାର ?

23/04/2021 at 8:54 PM

ଭୁବନେଶ୍ବର ୨୩/୦୪ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ଦ୍ବିପ୍ରହରେ ବେଧଡକ ଚାଲିଛି ମାଙ୍କଡା ପଥର ଖାଦାନ ଏବଂ ଚାଲାଣ ହେଉଛି ଶହ ଶହ ଟ୍ରକ ପଥର । କଟକ ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଢାଲ ସାଜିଛନ୍ତି କିଛି କୁଜି ନେତା ଏବଂ ସ୍ଥାନୀୟ ପ୍ରଶାସନ । ବିଭିନ୍ନ ସମୟରେ ପ୍ରଶାସନ ଏବଂ ଖଣିଚୋରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଦେଖିବାକୁ ମିଳୁଛି । ଲୋକଦେଖାଣିଆ ଭାବେ ଚଢଉ କରି ଚାଲାଣରେ ସଂପୃକ୍ତ ଗାଡିଗୁଡିକୁ ଧରିବା ଏବଂ ପରେ ଛାଡିଦେଉଥିବା ନଜିର ରହିଥିବା ବେଳେ ଶୁକ୍ରବାର ପୁଣି ଚୌଦ୍ବାରର ଏକ ବେଆଇନ ମାଙ୍କଡା ପଥର ଖାଦାନରେ ଚଢଉ କରି ପଥର କଟାରେ ବ୍ୟବହୃତ ପାଓ୍ବାର ଟିଲର ଏବଂ ଟ୍ରକ ଜବତ କରାଯାଇଥିବା ସୂଚନା ମିଳିଛି ।

କଟକ ଜିଲ୍ଲା ଟାଙ୍ଗୀ ତହସିଲ ଅଞ୍ଚଳ ଉଚ୍ଚପଦା ପଂଚାୟତ ମାଣିଆ ଗ୍ରାମରେ ଥିବା ଏକ ବେଆଇନ ମାଙ୍କଡା ପଥର ଖାଦାନ ଉପରେ ଚଢଉ କରାଯାଇଛି । ଟାଙ୍ଗୀ ତହସିଲଦାର ଓ ପୋଲିସ ମିଳିତ ଚଢ଼ଉ କରି ୯ଟି ଟ୍ରକ ଓ ୧୭ଟି ପାୱାରଟିଲର ଜବତ କରିଛି । ପ୍ରତ୍ୟେକ ଟ୍ରକରୁ ୫୦ହଜାର ଟଙ୍କା ଲେଖାଏଁ ୯ଟି ଟ୍ରକରୁ ମୋଟ ୪ ଲକ୍ଷ ୫୦ହଜାର ଟଙ୍କାର ଫାଇନ କଟାଯାଇଥିବା ବେଳେ ଗୋଟିଏ ପାୱାରଟିଲରରୁ ୧୫ହଜାର ଟଙ୍କା ଲେଖାଏଁ ମୋଟ ୧୭ଟି ପାୱାରଟିଲରରୁ ୨ଲକ୍ଷ ୫୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି ।

ଟାଙ୍ଗୀର ବହୁ ଅଂଚଳରେ ଏହିପରି ବେଆଇନ ପଥର ଖାଦାନ ଚାଲୁ ରହିଛି । କେବଳ ଗୋଟିଏ ଦୁଇଟି ଖାଦାନ ଉପରେ ଚଢାଉ କରି କେବଳ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ । କେବଳ କଟକ ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଏଭଳି ଭାବେ ପଥର କାଟି ମାଲେମାଲ ହେଉଛନ୍ତି ଦଲାଲ । କିନ୍ତୁ ଅନେକ ସ୍ଥାନରେ ଖଣି ଦଲାଲମାନଙ୍କ ହାତବାରିଷି ସାଜିଛନ୍ତି ସ୍ଥାନୀୟ ପ୍ରଶାସନ ଏବଂ ମୁଷ୍ଟିମେୟ ରାଜନେତା । ଜନସାଧାରଣଙ୍କ ଦ୍ବାରା ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ନିଦାବିଷ୍ଣୁ ସାଜୁଛନ୍ତି ପ୍ରଶାସନ ।

ଏଠି ପ୍ରଶ୍ନ ଉଠୁଛି ଖଣି ମାଫିଆ ତଥା ପଥର ଚୋରଙ୍କ ଢାଲ କିଏ ? କାହା ଇଙ୍ଗିତରେ ବେଧଡକ ଭାବେ ଦିନ ରାତି ଚାଲାଣ ହେଉଛି ହଜାର ହଜାର ଟ୍ରିପ୍‌ ପଥର । ପ୍ରଶାସନ ଏବଂ ସ୍ଥାନୀୟ କୁଜି ନେତାଙ୍କ ଜାଣତରେ ଚାଲିଛି କାରବାର । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଲୋକ ଦେଖାଣିଆ ଭାବେ ଚଢଉ କରି କାମ ସାରିଦେଉଛନ୍ତି ପୋଲିସ ବାବୁ ତଥା ପ୍ରଶାସନ ।

   Related Posts