ଚାଲିଛି ବେଆଇନ ପଥର ଖାଦାନ : ପଦା ହେଉଛି ଜଙ୍ଗଲ, ରାଜସ୍ବ ହରାଉଛନ୍ତି ସରକାର

Published By : Prameya-News7 Bureau | December 12, 2019 IST

ଢେଙ୍କାନାଳ ୧୨/୧୨: ଢେଙ୍କାନାଳ କଙ୍କଡାହାଡ ଅଞ୍ଚଳରେ ଚାଲିଛି ବେଆଇନ ମାଙ୍କଡା ପଥର ଖଣି । ଶହ ଶହ ଏକର ଜଙ୍ଗଲ ଜମିରେ ଗଛ ପଦା କରି ପଥର ତାଡୁଛନ୍ତି ମାଫିଆ । ଗଛ ପଦା ହେଉଛି, ରାଜସ୍ବ ହାନୀ ହେଉଛି, ଲୋକେ ସମସ୍ୟା ଭୋଗୁଛନ୍ତି । ତଥାପି ପ୍ରାଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ହେଉନି କାର୍ଯ୍ୟାନୁଷ୍ଠାନ । କାମାକ୍ଷାନଗରରୁ ଦେଖନ୍ତୁ ଏହି ରିପୋର୍ଟ...

{"id":196794,"sizeSlug":"large"}

ବେଆଇନ ଭାବେ ଚାଲିଛି ପଥର ଖାଦାନ । କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ଜଙ୍ଗଲ କାଟି ପଦା କରୁଛନ୍ତି ମାଫିଆ । ଭୟରେ ମୁହଁ ଖୋଲୁନାହାନ୍ତି ଲୋକେ,  ହାତ ବାନ୍ଧି ବସିଛି ପ୍ରଶାସନ ।ଏ ଦୃଶ୍ୟ  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଅଞ୍ଚଳର । ଗଡପଳାଶୁଣୀ, କରଗଳା, ଜରଡା, ବାହାଡାପାଳ, ଖଜୁରିଆ ଆଦି ୫ଟି ସ୍ଥାନରେ ଚାଲିଛି ବେଆଇନ ପଥର ଖଣି। ବର୍ଷ ବର୍ଷ ଧରି ଚାଲୁଥିଲେ ବି ପ୍ରସାଶନର ନିଘା ନାହିଁ । ସବୁ ସରକାରୀ ନିୟମ କାନୁନକୁ ମାଡି ମକଚି ବିନା ଲିଜ୍ ରେ ମାଙ୍କଡା ପଥର କାଟି ଚାଲାଣ କରୁଛନ୍ତି ମାଫିଆ ।

{"id":196795,"sizeSlug":"large"}

ମହାବୀରରୋଡ ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଜମିରେ ଚାଲିଛି ପଥର ଖଣି । ଗଛ କାଟି ପଦା କରୁଛନ୍ତି ମାଫିଆ । ବର୍ଷା ଦିନେ ସମସ୍ୟା ଭୋଗୁଛନ୍ତି ଖଣି ନିକଟସ୍ଥ ଲୋକେ ଏବଂ ଗୃହପାଳିତ ପଶୁ । ଅଭିଯୋଗ କଲେ ଶୁଣୁନି ପ୍ରଶାସନ । ଲୋକଙ୍କ ଅଭିଯୋଗ ହେଲା, ବିଭାଗୀୟ ଅଧିକାରୀ ମାଫିଆଙ୍କ ଠୁ ମୋଟା ଅଙ୍କର ଚାନ୍ଦା ନେଇ ପାଟି ଚୁପ୍ କରି ବସିଛନ୍ତି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସେଇ ଚିରାଚରିତ ଉତ୍ତର, ଅଭିଯୋଗ ଆସିଛି, ରେଡ୍ କରିବୁ ।

{"id":196796,"sizeSlug":"large"}

ତୁରନ୍ତ ବେଆଇନ ଭାବେ ଚାଲିଥିବା ପଥର ଖାଦାନ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।

{"id":196797,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.