Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ନୟାଗଡ଼ରେ ବେଧଡକ ଚାଲିଛି ବେଆଇନ କ୍ରସର

20/05/2018 at 12:13 PM

ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଧଡକ ଚାଲିଛି ବେଆଇନ୍ କ୍ରଶର୍ । କେଉଁଠି ଆଦୌ ଅନୁମତି ନଥିବା ବଳେ ଅନ୍ୟ କେଉଁଠି ଅନୁମତିଠାରୁ ବହୁ ଅଧିକ ପଥର ଫଟାଯାଉଛି । ଯାହାଫଳରେ ନିକଟସ୍ଥ ଗ୍ରାମବାସୀ ନାହଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖଣ୍ଡପଡା ତହସିଲ୍ର ଘଣାଶାଳିଆ ନିକଟ ବରଗୁଡି ମୁଣ୍ଡିଆ ପାହାଡରେ ପଥର ଖଣି ପାଇଁ ପ୍ରଶାସନ ବିଭୁତି ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁମତି ଦେଇଥିଲେ । ମାତ୍ର ସେ ସରକାରୀ ନିତିନିୟମକୁ ଉଲଂଘନ କରି ବହୁମାତ୍ରାରେ ମେସିନ ଲଗାଇବା ସହ ଦିନରାତି ବ୍ଲାଷ୍ଟିଙ୍ଗ କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବ୍ଲାଷ୍ଟିଙ୍ଗର ମାତ୍ରା ଏତେ ଅଧିକ ରହିଛି ଯେ ଆଖପାଖର ଘରଗୁଡିକ ଫାଟି ଆଁ କଲାଣି । ପାହାଡର ଏକ କିଲୋମିଟର ମଧ୍ୟରେ ଥିବା ଜମିଗୁଡିକରେ ବଡବଡ ପଥର ଖଣ୍ଡ ପଡୁଥିବାରୁ ଚାଷୀ ଜମିକୁ ଯିବାକୁ ଭୟ କରୁଛନ୍ତି। ଏପରିକି ପିଲାମାନେ ସେହିବାଟ ଦେଇ ସ୍କୁଲ ଯିବାକୁ ଭୟ କରୁଛନ୍ତି। କେବଳ ସେତିକି ନୁହେଁ ଧୁଳି ପ୍ରଦୁଷଣରେ ଘଣାଶାଳିଆ , ଭ୍ରମରବରପ୍ରସାଦ , ରତନପୁର , ରାଜକିଆରୀ , ସିଧାମୁଳା , କନାସିଂ ଆଦି ୧୦ ଗଁ।ର ଲୋକମାନେ ବହୁ ରୋଗରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାହାଡରେ ଥିବା ଜଙ୍ଗଲ ଶ୍ରୀହିନ ହୋଇଯାଉଥିବା ବଳେ ବର୍ଷ।ରେ ଖଣି ଅଞ୍ଚଳରୁ ମୋରମ ପଥରଗୁଣ୍ଡ ଆଦି ବୋହିଆସି ଆଖପାଖର ଚାଷଜମି ଗୁଡିକ ନଷ୍ଟ ହୋଇଗଲାଣି । ଏନେଇ ଅଞ୍ଚଳବାସୀ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛ’ି , ହଲେ ପ୍ରଶାସନ ତଦ’ କରିବା କହି ଚୁପ୍ ବସିପଡୁଥିବା ଗ୍ରାମବାସୀ କହିଛନ୍ତି ।
ବାରମ୍ବାର ଅଭିଯୋଗ ପରେ ଗତ ୧୫ ଦିନ ତଳେ ପ୍ରଶାସନ ପଥରଖଣି ଅଞ୍ଚଳରେ ୧୪୪ ଧାରା ଜାରିକରି ନାଲିପତାକା ପୋତିଥିଲା । ହଲେ ନିଲାମଧାରୀ ଏହାକୁ ଖାତିରନକରି ରାତିରେ ପଥର ଫୁଟାଉଥିବା ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଉପଜିଲ୍ଲାପାଲ ଏବଂ ଜିଲ୍ଲାପାଳ ଦାୟୀତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜଣାଇଛନ୍ତି । ସେପଟେ ଅଭିଯୋଗ ପାଇବାପରେ ଘଟଣାର ତଦନ୍ତ କରିବା ପାଇଁ ଉଭୟ ଅଧିକାରୀ ଖଣ୍ଡପଡା ତହସିଲଦାର୍ ଙ୍କୁ ନିର୍ଦ୍ଦଶେ ଦେଇଥିବା କହିଛନ୍ତି ।

Leave a Reply

   Related Posts