ବିପୁଳ ପରିମାଣରେ ଚୋରା କାଠ ଜବତ କଲା କେନ୍ଦୁଝର ବନ ବିଭାଗ

Published By : Prameya-News7 Bureau | November 03, 2021 IST

କେନ୍ଦୁଝର ୦୩/୧୧: କେନ୍ଦୁଝର ବନ ବିଭାଗ ଦ୍ବାରା ବିପୁଳ ପରିମାଣର ଚୋରା କାଠ ଜବତ ହୋଇଛି। ଯାହାର ଆନୂମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇଁ ବନ ବିଭାଗ ପକ୍ଷରୁ ଘଟଗାଁ ରେଞ୍ଜ ପିଠାଗୋଳା ଗାଁର ହଳଧର ସାହୁଙ୍କ ଘରେ ଅଚାନକ ଚଢାଉ କରି ବିପୁଳ ପରିମାଣର ଚୋରା ଶାଳ ଓ ହାଲଦୁ କାଠ ସହ କରତ, କଟର ଏବଂ ଅନେକ ବଢଇେ ଜିନିଷ ଜବତ କରିଛି ।

ଏହା ସହ ଏଥିରେ ହଳଧରଙ୍କ ସହ ଆଉ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ହଳଧର ଅନେକ ଦିନ ଧରି ଚୋରାରେ କାଠ ସହ କାଠ ତିଆରି ଜିନିଷ ବିକ୍ରି କରୁଥିଲେ ।

ସେ ତାଙ୍କର ଘର ସିଲିଂରେ ବିପୁଳ ପରିମାଣର କାଠ ଲୁଚାଇ ରଖିଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଘରକୁ ତନ୍ନ ତନ୍ନ କରି ଖୋଜି କାଠ ସବୁ ବାହାର କରିଥିଲେ । ବନ ବିଭାଗର ସୂଚନା ଅନୁସାରେ ୬୦ ସିଏଫଟିରୁ ଉର୍ଦ୍ଧ୍ବ ପରିମାଣର କାଠ ଜବତ ହୋଇଛି । ଯାହାର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.