Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମାତିଛନ୍ତି ମାଟି ମାଫିଆ : ରାତି ଅଧରେ ଚାଲିଛି ଚାଲାଣ, ଗୋଚର ଜମିକୁ ବି ଛାଡୁନାହାନ୍ତି

21/05/2021 at 3:21 PM

ଭଦ୍ରକ ୨୧।୫: କାରୋନା କଟକଣା ଓ ଲକଡାଉନର ଭରପୁର ଫାଇଦା ଉଠାଉଛନ୍ତି ମାଟି ମାଫିଆ । ରାତି ଅଧରେ ବେଧଡକ ଭାବେ ଚାଲିଛି ମାଟି ଚାଲାଣ । ଏମିତି କି ଗୋଚର ଜମି ମଧ୍ୟ ବାଦ ପଡୁ ନାହିଁ । ମାଟି ଟ୍ରିପକୁ ପ୍ରାୟ ଦୁଇ ଶହ ଟଙ୍କାରେ ବିକ୍ରି କରୁଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପ୍ରଶାସନ କହୁଛି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ । ଏମିତି ସ୍ଥିତି ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ତହସିଲ ଅଧୀନ ଖାରିଜି ପିରିପୂର ଗାଁରେ ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ତହସିଲ ଅଧୀନ ସରସଦା ଆରଆଇ ସର୍କଲର ଖାରିଜି ପିରିପୂର ଗାଁରେ ଚାଲିଛି ମାଟି ଖୋଳା । ଗୋଟିଏ ପଟେ ପ୍ରାଥମିକ ବିଦ୍ୟାଳୟ ଓ ଅନ୍ୟପରେ ଗାଁକୁ ସଂଯୋଗ କରୁଥିବା ରାସ୍ତା । ଏହି ମାଟି ଖୋଳା ଯାଇଥିବା ସ୍ଥାନଟି ହେଉଛି ଗୋଚର ଜମି । କିନ୍ତୁ ଏଠି ବେଧଡକ ଚାଲିଛି ମାଟି ଉଠା କାର୍ଯ୍ୟ । ମାଟି ଟ୍ରିପକୁ ୧୬୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସ୍ଥାନୀୟ ଲୋକଙ୍କ ଅଜାଣତରେ ରାତି ଅଧରେ ଜେସିବିରେ ମାଟି ଖୋଳି ଟ୍ରାକ୍ଟରରେ ବେଆଇନ ଭାବେ ଚାଲାଣ ହେଉଛି ମାଟି । ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ ମଧ୍ୟ କରି ସାରିଛନ୍ତି । ଗୋଟିଏ ପଟେ ଗୋଚର ଜମି ହୋଇଥିବାରୁ ଆଗକୁ ବହୁ ଅସୁବିଧାର ସମ୍ମୁଖୀନ ହେବେ ଗ୍ରାମବାସୀ । ତେବେ ଏହି ମାଟି ଖୋଳା ଓ ବିକ୍ରିକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ବିରୋଧ ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଥିଲା ।

ଏହି ବେଆଇନ କାର୍ଯ୍ୟକୁ ବିରୋଧ କରିଛନ୍ତି ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ । ଏ ନେଇ ତହସିଲ ଓ ବ୍ଲକ୍ ପ୍ରଶାସନକୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ତାଙ୍କଠାରୁ ଭାରି ପଡିଛନ୍ତି ମାଟି ଚାଲାଣକାରୀ । ମାଟି ଖୋଳା ଯାଉଥିବା ଗୋଚର ଜମି ଅଞ୍ଚଳରେ ଏବେ ଗୋଟିଏ ନୂଆ ଗଡିଆ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି । ଏହି ସ୍ଥାନର ଗୋଟିଏ ପାର୍ଶ୍ଵରେ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦକୁ ଏଡାଇ ଦିଆଯାଇ ନପାରେ । ତେବେ ଭଣ୍ଡାରିପୋଖରୀ ତହସିଲଦାର କହିଛନ୍ତି ଯେ ଅଭିଯୋଗ ପାଇଛନ୍ତି ଓ ରାଜସ୍ବ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ମଧ୍ୟ ସେହି ଅଞ୍ଚଳକୁ ଯାଇ ସ୍ଥିତି ପରଖିବେ ଓ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts