ବେଆଇନ ବାଲି ଚାଲାଣ ବେଳେ ଅତର୍କିତ ଚଢ଼ଉ: ୮ ଟ୍ରାକ୍ଟର ସହ ଗୋଟେ ଜେସିବି ଜବତ
27/11/2020 at 11:46 AM

ଭଦ୍ରକ୨୭/୧୧: ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଓ ଜେସିବି ଜବତ। ରାତି ସମୟରେ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଏହି ଗାଡି ଗୁଡିକୁ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ଅଞ୍ଚଳରୁ ବ୍ୟାପକ ଭାବେ ଚୋରା ବାଲି ଚାଲାଣ ହୋଇଥାଏ।
ମୁଖ୍ୟତଃ ରାତି ସମୟରେ ଚୋରା ବାଲି ଚାଲାଣକାରୀ ସକ୍ରିୟ ହୋଇଥାନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ଓ ତହସିଲ କର୍ମଚାରୀଙ୍କ ମିଳିତ ଭାବେ ଧାମନଗର ବ୍ଲକର କଂକେଇଘାଟ ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବାଲି ଚୋରା ଚାଲାଣରେ ବ୍ୟବହୃତ ଓ ଚୋରା ବାଲି ବୋଝେଇ ୮ ଟି ଟ୍ରାକ୍ଟର ସହ ଗୋଟିଏ ଜେସିବିକୁ ଜବତ କରାଯାଇଛି।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021