Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ତହସିଲ୍‌ଦାର୍‌ ଏବଂ ବାଲିମାଫିଆଙ୍କ କଳି, ଲିଜ୍‌ ଦସ୍ତାବିଜ୍‌ରେ କିଏ କରିଛି ଦସ୍ତଖତ ? ଆନ୍ଧ୍ରକୁ ହେଉଛି ଚୋରା ଚାଲାଣ

8/06/2021 at 4:59 PM

କଳାହାଣ୍ଡି, ୦୮/୦୬: ଜାଲ ଓ୍ବେ ବିଲ ତଥା ଜାଲ Y ଫର୍ମରେ ଓଡ଼ିଶାର ବାଲି ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ଜାରି ରହିଛି । ଗୋଲାମୁଣ୍ଡା ତହସିଲଦାରଙ୍କ ଦ୍ଵାରା ଜାରି Y ଫର୍ମ ଜରିଆରେ ଓ୍ବେ ବିଲ୍ ପ୍ରସ୍ତୁତ କରି ଆନ୍ଧ୍ର ପ୍ରଦେଶର ଟ୍ରକରେ ଚାଲଣ ବେଳେ ଧରାପଡିଛି । ଆଶ୍ଚର୍ଯ୍ୟର ବିଷୟ କେବଳ କଳାହାଣ୍ଡିରୁ ଏହି ଜାଲ ଦସ୍ତାବିଜରେ ଆନ୍ଧ୍ରପ୍ରଦେଶକୁ ଚାଲଣ ହେଉନାହିଁ । ବରଂ ରାୟଗଡ଼ା ତହସିଲର ଖିଲିମିସିଗୁଡାରୁ ବାଲି ଚାଲାଣ ଟ୍ରକରୁ ମଧ୍ୟ ଅନୁରୁପ ଗୋଲାମୁଣ୍ଡା ତହସିଲଦାରଙ୍କ ଦସ୍ତଖତ ଥିବା Y ଫର୍ମ ଧରାପଡିଛି ।

ଗୋଲାମୁଣ୍ଡା ତହସିଲଦାର ସର୍ବୋଶ୍ବର ଜାଲଙ୍କ ଦସ୍ତଖତରେ ଚାଲାଣ ହେଉଥିବା Y ଫର୍ମକୁ ତହସିଲଦାର ଜାଲ ଦର୍ଶାଇ ଗୋଲାମୁଣ୍ଡା ଥାନାରେ ଏତଲା ଦୟାର କରିଵେ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଗୋଲାମୁଣ୍ଡା ତହସିଲ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଫୁଣ୍ଡା ପଂଚାୟତର ଚିଲଗାଁ ନଦୀ ଘାଟର ଲିଜଧାରୀ ଦୁର୍ଗେଶ୍ବର ସାହୁ ଦାଖଲ Y ଫର୍ମ ତହସିଲ କାର୍ଯ୍ୟାଳୟଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଦାବି କରିଛନ୍ତି । ଫଳରେ ତହସିଲଦାର ସତ କହୁଛନ୍ତି ନାଁ ବାଲି ଲିଜଧାରୀ ତାହା ତଦନ୍ତ ପରେ ଜଣାପଡ଼ିବ ।

କିନ୍ତୁ ଏହା ସାଂଘାତିକ ସତ, ଜାଲ ଦସ୍ତାବିଜରେ ଆନ୍ଧ୍ର ବାଲିଚାଲଣ ଦ୍ବାରା ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ଚୋରୀ ରୋକିବାକୁ ରାଜ୍ୟର ଏତେ ବ୍ୟବସ୍ଥା ସତ୍ବେ ଆନ୍ଧ୍ରରେ ବାଲି ଚୋରାଚାଲାଣ ଟ୍ରକ ଧରା ପଡୁଥିବା ବେଳେ ଓଡ଼ିଶା ସୀମା ମଧ୍ୟରେ ଧରା ପଡୁନାହି । ପୁଣି ରାୟଗଡ଼ା ଜିଲ୍ଲାର ବାଲି ମାଫିଆ କିପରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ତହସିଲଦାରଙ୍କ ଦସ୍ତାବିଜ ବ୍ୟବହାର ପାଇଁ ସାହାସ କଲେ । ଧରାପଡ଼ିଥିବା ଓ୍ବେ ବିଲ ଜାଲ Y ଫର୍ମ ଜରିଆରେ ପ୍ରସ୍ତୁତ କରାଯାଇଛି । ତଥା ତହସିଲଦାରଙ୍କ ଦୁଇଟି ଭିନ୍ନ ଦସ୍ତଖତ ଥିବା Y ଫର୍ମ ରହିଛି ।

ପୁର୍ବରୁ କଳାହାଣ୍ଡିରୁ ବାଲି ବୋଝେଇ ୫ ଗୋଟି ଟ୍ରକରୁ ଆନ୍ଧ୍ର ସରକାର ଫାଇନ ଆଦାୟ କରିବା ପରେ ଓଡ଼ିଶା ସରକାର ବାଲି ବୋଝେଇ ଟ୍ରକକୁ ଯାଂଚ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ । ହେଲେ ବର୍ତ୍ତମାନ ଜାଲ ଦସ୍ତାବିଜରେ ବାଲି ଚାଲାଣ ଧରାପଡ଼ିବା ପରେ ଓଡ଼ିଶା ସୀମାନ୍ତରେ ଯାଞ୍ଚ କିପରି କରାଯାଉଛି ତାହା ଜଣାପଡ଼ିଛି ।

   Related Posts