ନଦୀରୁ ବେଆଇନ୍ ବାଲି ଚୋରା ଚାଲାଣ, ୩ ବାଲି ବୋଝେଇ ଟ୍ରାକ୍ଟର ଜବତ

Published By : Prameya-News7 Bureau | October 18, 2020 IST

ଚଣ୍ଡିଖୋଲ ୧୮।୧୦: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଖପାଖ ଅଞ୍ଚଳରେ ବେଆଇନ୍ ଭାବେ ନଦୀରୁ ବାଲି ଚୋରା ଚାଲାଣ ଚାଲୁଥିବା ଖବର ପାଇ ଆଜି ଧର୍ମଶାଳା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ରସୁଲପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣୀ ନଦୀ ରୁ ବରମବରଦା ଠାରୁ ଗୋଟିଏ ଗାଡି, ଧର୍ମଶାଳା ବ୍ଲକ ଅଧିନସ୍ଥ ମୋହନପୁର୍ ନିକଟରୁ ୩ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ବରମବରଦା ପୋଲିସ ଫାଣ୍ଡିକୁ ଦସ୍ତାନ୍ତର କରିଥିଲେ।

ଅପରପକ୍ଷରେ ଏହି ବେଆଇନ୍ ବାଲି ଘାଟ ଯୋଗୁଁ ବିଭିନ୍ନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ସାଧାରଣ ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଆଜି ଧର୍ମଶାଳା ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କୁ ସାଧାରଣ ରେ ପ୍ରଶଂସା ଟରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.