Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ମାତିଛନ୍ତି ବାଲି ମାଫିଆ ; ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର, ମାଲାମାଲ୍ ମାଫିଆ

28/04/2019 at 4:10 PM

କଳାହାଣ୍ଡି ୨୮|୪: ମାତିଛନ୍ତି ବାଲି ମାଫିଆ । ବାଲି ମାଫିଆଙ୍କ କବଜାରେ ନଦୀ ପଠା ।  ବାଲି ଚୋରା ଚାଲଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି  ସରକାର । ସବୁ ଜାଣି ଅଜଣା ରାଜସ୍ବ ବିଭାଗ । କଳାହାଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

କଳାହାଣ୍ଡିରେ ସକ୍ରିୟ ବାଲି ମାଫିଆ । ଦିନ ଦ୍ବିପ୍ରହରରେ ବିଭିନ୍ନ ନଦୀରୁ ଖୁଲ୍ଲମ ଖୁଲା ବାଲି ଚୋରା ଚାଲାଣ ଚାଲିଛି । କେସିଙ୍ଗା ଛେନା ଗାଁ ବାଲି ଘାଟ ହେଉ କି ଭବାନୀପାଟଣା ଅରତଲ ବାଲି ଘାଟ ସବୁଠି ପ୍ରୋକଲେନ୍ ମେସିନ୍ ଲଗାଇ ବାଲି ଉଠାଣ ଚାଲିଛି । ଟିପର ଯୋଗେ ବାଲି ଚାଲାଣ ହେଉଛି । କାହା ଅନୁମତି ନନେଇ ଖୋଲାଖୋଲି ଚୋରି ଚାଲିଛି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ହେଲେ ମାଲେମାଲ୍ ମାଫିଆ ।

ଆବଶ୍ୟକତାଠାରୁ ଅଧିକା ବାଲି ଉଠାଣ ଯୋଗୁଁ ଜଳ ଉତ୍ସ ପ୍ରଭାବିତ ହେବା ସହ ନଦୀ କୂଳଖାଇ ଲଂଘିବାର ଆଶଙ୍କା ଦେଖାଦେଉଛି । ଭବାନୀପାଟଣା ତହସିଲଦାର ଏ ବାବଦରେ କିଛି ଜାଣିନଥିବା କହିଛନ୍ତି । ତେବେ ଜାଣିବା ପରେ ତୁରନ୍ତ ଯାଞ୍ଚ କରାଯିବ ବୋଲି କହିଛନ୍ତି ।  

ବାଲି ମାଫିଆ ଏବଂ ରାଜସ୍ବ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଏ କାରବାର ଉପରେ କେବେ ରୋକ୍ ଲାଗୁଛି ଦେଖିବାକୁ ବାକି ରହିଲା ।

   Related Posts