ଅବୈଧ ସଂପର୍କ ହେଲା ମୃତ୍ୟୁର କାରଣ, ଭିଣୋଇ ଦେହରେ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଲା ଶାଳୀ…

Published By : Prameya-News7 Bureau | September 10, 2019 IST

ଅଲିଗଡ଼୧୦|୯: ଭିଣୋଇଙ୍କ ଦେହରେ କିରୋସିନ ଢ଼ାଳି ଜିଅନ୍ତା ଜାଳି ଦେଇଛି ଶାଳୀ। ଫଳରେ ଘଟଣା ସ୍ଥଳରେ ହିଁ ଭିଣୋଇଙ୍କ ମୃତ୍ୟୁ ହୋଇଛି। ଏହି ଖବର ଚାରିଆଡ଼େ ଖେଳି ଯିବାପରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ଚାଲିଥିବା ଅବୈଧ ସଂପର୍କ ଯୋଗୁ ଏହିଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ଅଲିଗଡରେ ଏହି ଅଭାବନୀୟ ଘଟଣା ଘଟିଛି। ଅଲିଗଡ଼ର ଆମ୍ବେଦକର ରୋଡ଼ସ୍ଥିତ ଶାସନୀଗେଟ ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।

{"id":155719,"width":582,"height":659}

ସୂଚନାଯୋଗ୍ୟ ଯେ, ୧୯ ବର୍ଷ ବୟସ୍କା ଶାଳୀ ନିଜ ଭିଣୋଇଙ୍କ ପାଖରେ ରହୁଥିଲେ। କୌଣସି ଏକ କଥାକୁ ନେଇ ଶାଳୀ ଓ ଭିଣୋଇ ଉଭୟଙ୍କ ମଧ୍ୟ​‌ରେ ରାତିରେ ଝଗଡ଼ା ହୋଇଥିଲା ବୋଲି ପଡ଼ୋଶୀ ସୂଚନା ଦେଇଛନ୍ତି। ରାତି​‌ରେ ଭିଣୋଇ ଶୋଇଥିବା ଅବସ୍ଥାରେ ତାଙ୍କ ଦେହରେ କିରୋସିନି ଢ଼ାଳି ଶାଳୀ ନିଆଁ ଲଗାଇ ଦେଇଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ହସ୍ପିଟାଲକୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଭିଣୋଇଙ୍କ ଦେହରେ କିରୋସିନି ଡାଳି ନିଆଁ ଲଗାଇବା ପରେ ଶାଳୀ ଫେରାର ହୋଇଯାଇଛି। ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ଅବୈଧ ସଂପର୍କ ଥିବା କଥା ମଧ୍ୟ କୁହାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ପୋଷ୍ଟମର୍ଟମ ପାଇଁ  ହସ୍ପିଟାଲକୁ ପଠାଇଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.