Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀଙ୍କ ଅନୁପସ୍ଥିତିରେ ଘରୁ ଆସୁଥିଲେ ପୁରୁଷ ବନ୍ଧୁ, ଗାଁ ଲୋକେ ତାତିଲେ ଉଭୟଙ୍କୁ ଛେଚିଲେ

24/08/2020 at 4:07 PM

ବାଲେଶ୍ବର୨୪/୮: ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି।  ସ୍ବାମୀ ବାହାରେ ରହି କାମ କରନ୍ତି। ଏପଟେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ନିଜର ପୁରୁଷ ବନ୍ଧୁଙ୍କୁ ଘରକୁ ଡାକନ୍ତି। ଥରେ ନୁହେଁ କି ଦୁଇଥର ନୁହେଁ ଏଭଳି ପୁରୁଷ ବନ୍ଧୁ ଜଣଙ୍କ ବାରମ୍ବାର ଆସୁଥିବା ଦେଖି ଗାଁ ଲୋକେ ରାଗି ଯାଇଥିଲେ। ଶେଷରେ ପୁରୁଷ ବନ୍ଧୁଙ୍କୁ ଧରି ଛେଚିଲେ ଗାଁ ଲୋକେ। ପୁଣି   ସଂପୃକ୍ତ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ବାନ୍ଧି ଦେଇଥିଲେ ।

ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କୁସୁମପୁର ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଗାଁ ଲୋକଙ୍କ କହିବା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ଜନୈକ ମହିଳାଙ୍କ ଘରକୁ ବାରମ୍ବାର ଆସନ୍ତି। ଗତକାଲି ସନ୍ଧ୍ୟାରେ ପୁଣି ତାଙ୍କ ପୁରୁଷ ମହିଳାଙ୍କ ଘରକୁ ଯାଇଥିଲେ। ଠିକ୍ ସେହି ସମୟରେ ଘର ଚାରିପଟେ ଗାଁ ଲୋକେ ଘେରି ଯାଇଥିଲେ। ସଂପୃକ୍ତ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ଅଙ୍ଗନବାଡି କେନ୍ଦ୍ରରେ ବାନ୍ଧି ଦେଇଥିଲେ। ଏହା ପରେ ଜନୈକ ମହିଳାଙ୍କ ସ୍ବାମୀଙ୍କୁ ଖବର ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଜନୈକ ମହିଳାଙ୍କୁ ମଧ୍ୟ ଗାଁ ଲୋକେ ଆକ୍ରମଣ କରିଛନ୍ତି। ଏହି ଘଟଣା ସଂପର୍କରେ ପୁଲିସ୍ ଖବର  ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚ ଜନୈକ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

   Related Posts