ବେଆଇନ ଭାବେ ପାଇଥିଲେ ପଦୋନ୍ନତି, ହୋଇଥିଲେ ଅଫିସର : ଏବେ ପିଅନ ଓ ଚୌକିଦାର ଭାବେ କରିବେ କାମ
10/01/2021 at 3:33 PM

ଲକ୍ଷ୍ନୌ,୧୦/୦୧: ଉତ୍ତରପ୍ରଦେଶର ସୂଚନା ଏବଂ ଜନ ସଂପର୍କ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀରୁ ବେଆଇନ୍ ଭାବେ ଜିଲ୍ଲା ସୂଚନା ଅଧିକାରୀ ପଦକୁ ପଦୋନ୍ନତି ପାଇଥିବା ଚାରିଜଣ କର୍ମଚାରୀଙ୍କୁ ମିଳିଲା ଦଣ୍ଡ । ଏବେ ସେମାନଙ୍କୁ ସେମାନଙ୍କର ମୂଳ ପଦକୁ ଅବସ୍ଥାପିତ କରାଯାଇଛି।
ୟୁପିର ସୂଚନା ନିର୍ଦ୍ଦେଶକ ଶିଶିର କୁମାର ଜାରି କରିଥିବା ଆଦେଶ ଅନୁସାରେ, ଜିଲ୍ଲା ସୂଚନା କାର୍ଯ୍ୟାଳୟରେ କାର୍ଯ୍ୟରତ ୪ଜଣ କର୍ମଚାରୀଙ୍କୁ ୩ ନଭେମ୍ୱର ୨୦୧୪ରେ ନିୟମ ବିରୋଧରେ ପଦୋନ୍ନତି ଦିଆଯାଉଥିଲା । ଯାହାକୁ ବିରୋଧ କରି କୋର୍ଟରେ କେସ୍ ହୋଇଥିଲା।
ଅଦାଲତର ଆଦେଶ ଅନୁସାରେ ପଦୋନ୍ନତି ପାଇଥିବା ୪ କର୍ମଚାରୀଙ୍କୁ ତାଙ୍କର ମୂଳ ପଦକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବରାଲୀରେ ଅବସ୍ଥାପିତ ନରସିଂହ, ଫିରୋଜାବାଦରେ ଅବସ୍ଥାପିତ ଦୟାଶଙ୍କର, ମଥୁରାରେ ଅବସ୍ଥାପିତ ବିନୋଦ କୁମାର ଶର୍ମା ଏବଂ ସଂତରାବିଦାସ ନଗରରେ ଅବସ୍ଥାପିତ ଅନିଲ୍ କୁମାର ସିଂହ ସାମିଲ ଅଛନ୍ତି।
ପୂର୍ବରୁ ଏହି ସମ୍ୱନ୍ଧରେ କୋର୍ଟରେ ଆବେଦନ ଦାଖଲ ହୋଇଥିଲା। ଯେଉଁଥିରେ ନିୟମ ବିରୋଧରେ ହୋଇଥିବା ଏହି ପଦୋନ୍ନତି ଉପରେ ପ୍ରଶ୍ନ ଉଠାଯାଇଥିଲା। କୋର୍ଟ ଏହାର ବିଚାର କରି ପାଇଥିବା ପଦୋନ୍ନତିକୁ ବାତିଲ୍ କରିଦେଇଥିଲେ ଏବଂ ଉକ୍ତ କର୍ମଚାରୀଙ୍କୁ ତାଙ୍କର ମୂଳ ପଦରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅଧିକାରୀଙ୍କ ଅବନ୍ନତି ପରେ ସେମାନେ ଚୌକିଦାର, ଚପରାଶି, ଅପରେଟର ଏବଂ ସହାୟକ ଭାବେ ଏବେ କାର୍ଯ୍ୟ କରିବେ ।