Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବରଗଡ ବିଷ ଭୁବନେଶ୍ବରରେ : ବରଗଡରେ ବେଧଡକ ଚାଲିଛି କୀଟନାଶକ କାରବାର, କମ୍ପାନୀ ମାଲାମାଲ

17/09/2019 at 2:31 PM

ବରଗଡ ୧୭।୯: ବରଗଡ଼ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଚାଷୀଙ୍କୁ ଭଣ୍ଡାଇ ଏବେ କୀଟନାଶକ କମ୍ପାନୀମ।ନେ ଖୁବ ମଲେମାଲ ହେଉଥିବା ବେଳେ ପ୍ରଶ୍ନ ଉଠୁଛି ନକଲି କୀଟନାଶକ ବ୍ୟବସାୟକୁ ନେଇ । ବାରମ୍ବାର ଏନେଇ ଅନେକ ଚାଷୀ ଓ ଚାଷୀ ସଂଗଠନ ଅଭିଯୋଗ କରିଆସୁଥିଲେ ହେଁ ପ୍ରଶାସନ ବହୁଦିନ ନିରବ ପରେ ପରାକ୍ବେଟ୍ କୀଟନାଶକ ଔଷଧ ପାଇଁ ବୁର୍ଲା ବଡ଼ମେଡିକାଲରେ ଡାକ୍ତର ରାମଚନ୍ଦ।ନୀଙ୍କ ନେତୃତ୍ବରେ ଡାକ୍ତରମାନଙ୍କ ଆନ୍ଦୋଳନ ପରେ ବରଗଡ଼ ଜିଲ୍ଲା କୃଷିବିଭାଗର ଚେତା ପଶିଛି ।

ଆଜି ଜିଲ୍ଲା କୃଷି ବିଭାଗର କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରିଥିଲେ । ନକଲି କୀଟନାଶକ ବ୍ୟବସାୟୀ ତଥା ବିନା ପଞ୍ଜୀକୃତ କମ୍ପାନୀର ମାଲିକ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଏହି ଟିମ୍ । ବାହାର ରାଜ୍ୟରୁ ଔଷଧ ଆଣି ଘରେ ପ୍ୟାକିଂ କରି ବଜାରରେ ବ୍ୟବସାୟ କରୁଛନ୍ତି ଏମାନେ । କମ୍ପୋଜିସନ ଅମାନ ନାଁ ଓ ଦର ଅଲଗା ଅଲଗା, କେଉଁ ରାସାୟନିକ ବ୍ୟବହାର କରାଯାଉଛି ତାର ନାଁ ଠିକଣା ବା ପରିମାଣ ଉଲ୍ଲେଖ କରାଯାଉନାହିଁ । ବୋତଲ ଓ ଡବାରେ ଭୁବନେଶ୍ବର ବଡ଼ଗଡ଼ ଠିକଣା ଥିବା ବେଳେ ଅଧିକାରୀଙ୍କ ଫୋନ୍ ଲାଗୁନାହିଁ ।

ସେହିପରି ବିକ୍ରି ପାଇଁ ଲାଇସେନ୍ସ ନାହିଁ, ଚାଲାଣ ନାହିଁ, ସୋର୍ସ ପ୍ରମାଣ ପତ୍ର ନାହିଁ, ମାର୍କେଟିଙ୍ଗ ପାଇଁ ଆବଶ୍ୟକୀୟ ଅନୁମତି ପ୍ରମାଣ ପତ୍ର ନାହିଁ, ଔଷଧ କ୍ରୟ  ବିଲ୍ ନାହିଁ କି ଚାଷୀମାନଙ୍କୁ କି ଦୋକାନୀମାନଙ୍କୁ ବିକ୍ରି କରିଥିବା ବିଲ୍ ଅଛି । ଏପରି ପରିସ୍ଥିତିରେ  ବିଭିନ୍ନ ବ୍ଲକରେ ବ୍ୟବସାୟ କରୁଥିବା ଦୋକାନୀ ଓ ସିଧାସଳଖ ଚାଷୀଙ୍କୁ ମଧ୍ୟ ଏହି କୀଟନାଶକ ଚଢା ଦରରେ ଦେଇ ବେଶ୍ ଲାଭବାନ ହେଉଛନ୍ତି । ତେବେ ପ୍ରାଥମିକ ତଦନ୍ତ ପରେ କୃଷି ବିଭାଗ ପ୍ରଫୁଲ, ବାବା, ହାଇପାୱାର ସୁରକ୍ଷା, ଧମାକା ସୁପର, ଜବରଦସ୍ତ, ପରି ନକଲି  ଭିଟାମିନ ଔଷଧର ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି ।  ଦୋଷୀ  ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts