ଇଡ୍‌କୋ ଜମିରେ ବେଆଇନ ମୋରମ ଖନନ ଉପରେ ଚଢାଉ

Published By : Prameya-News7 Bureau | May 14, 2019 IST

ଚୌଦ୍ବାର ୧୪|୫: ଟାଙ୍ଗୀ ଚୌଦ୍ବାର ତହସିଲ ଅନ୍ତର୍ଗତ ଚୌଦ୍ବାର ଗୋପାଳପୁର ଶିଳ୍ପାଞ୍ଚଳର ଇଡକୋ ଜମିରୁ ବେଆଇନ ମୋରମ ଖନନ ସ୍ଥାନ ଉପରେ ଚଢାଉ କରାଯାଇଛି । ଟାଙ୍ଗୀ ଚୌଦ୍ବାର ଅତିରିକ୍ତ ତହସିଲଦାର ପ୍ରସନ୍ନ ସାମନ୍ତରାୟ ଚଢାଉ କରିଥିଲେ । ଚଢାଉ ବେଳେ ମୋରାମ ବୋଝେଇ ଦୁଇଟି ହାଇଓ୍ବା ଓ ମାଟି ଖୋଳାରେ ଲାଗିଥିବା ଗୋଟିଏ ପ୍ରୋକ୍ଲିନ୍ ମେସିନକୁ ଜବତ କରାଯାଇଛି । ଜବତ ଗାଡି ୩ ଜଣ ଡ୍ରାଇଭରଙ୍କୁ ଅତିରିକ୍ତ ତହସିଲଦାର ଚୌଦ୍ବାର ଥାନାକୁ ହସ୍ତାନ୍ତର କରିଥିଲେ ।

{"id":111615}

ଗତ କିଛିଦିନ ହେବ ଇଡକୋର ଏହି ଜାଗାରୁ ଜଣେ ଠିକାଦାର ବେଆଇନ ଭାବେ ମାଟି ଉଠାଉଥିବାର ଖବର ପାଇ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଚଢାଉ କରିଥିଲେ । ବେଆଇନ ମାଟି ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.