ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25/02/2021 at 8:04 AM

ଚଣ୍ଡିଖୋଲ ୨୫।୦୨: ଭିଜିଲାନ୍ସ ପକ୍ଷରୁ ରେଡ଼୍ । ବେଆଇନ ଭାବେ କାରବାର ଚାଲିଥିବା ଲଘୁଖଣିଜ ପରିବହନ ଉପରେ ରେଡ଼୍ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଓ ହାଇଓ୍ୱା ଜବତ କରିଛି ଭିଜିଲାନ୍ସ ଟିମ୍ ।
ଖବର ଅନୁଯାୟୀ, କଟକ ଭିଜିଲାସନ୍ସ ର ଏକ ଟିମ ଓ ଡାଲିଯୋଡ଼ା ଫରେଷ୍ଟ ରେଞ୍ଜ ଅଧିକାରୀ ଙ୍କ ମିଳିତ ଚଢ଼ାଉ କରାଯାଇ ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ଶ୍ରୀରାମପୁର ଟୋଲଗେଟ ନିକଟରେ ୨ ଟି ହାଇୱା, ୨ ଟି ଟ୍ରକ ଜବତ କରାଯାଇଛି । ବେଆଇନ ଭାବେ ଲଘୁଖଣିଜ ପରିବହନ କରି ଯାଉଥିବା ସମୟରେ ଆବଶ୍ୟକୀୟ କାଗଜ ପତ୍ର ନ ଥିବା ରୁ ଏହି ୪ ଟି ଗାଡିକୁ ଜବତ କରିଛି ଭିଜିଲାସନ୍ସ ଟିମ ।
ଗାଡି ଗୁଡିକରେ କଳାପଥର ଓ ମୋରମ ଚାଲାଣ ହେଉଥିଲା । ଆଗାମୀ ଦିନରେ ବେଆଇନ ଲଘୁ ଖଣିଜ ପରିବହନ ଉପରେ ଦୃଢ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ବେଆଇନ ଲଘୁ ଖଣିଜ ପରିବହନ ଉପରେ ଦୃଢ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।