ପାହାଡ ଖୋଳା- ସରକାରୀ ବାବୁ ଓ ମାଫିଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଅଭିଯୋଗ, ଆଦିବାସୀଙ୍କ ଧର୍ମୀୟ ଭାବନାକୁ କୁଠାରଘାତ

Published By : Prameya-News7 Bureau | September 28, 2019 IST

ବଲାଙ୍ଗିର -   ବଲାଙ୍ଗିର ସଇଁନ୍ତଳା ବିବିନା ପଞ୍ଚାୟତରେ ଆଦିବାସୀଙ୍କ ଧର୍ମୀୟ ଭାବନାକୁ ବେଖାତିର କରାଯାଉଥିବା ଅଭିଯୋଗ ।  ଖୁଲମଖୁଲା ଚାଲିଛି ଚିତାଡୁଙ୍ଗୁରି ପାହାଡ଼ ଖୋଳା । ଏହାକୁ ନେଇ ସ୍ଥାନୀୟ ଆଦିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଆଶ୍ଚର୍ଯ୍ୟର କଥା ଏହି ପାହାଡ଼ ଖୋଳା ପାଇଁ  ପ୍ରଶାସନ,  ଜଙ୍ଗଲ ବିଭାଗ କେହି କିଛି ଜାଣିନହାନ୍ତି  । ନ୍ୟୁଜ୍ 7ର ଅନୁସନ୍ଧାନ ମୂଳକ ଖବରରେ  ବାବୁ ଓ ମାଫିଆଙ୍କ ଭିତରର ସଲାସୁତରା ସାମ୍ନାକୁ ଆସୁଛି ।

{"id":163831,"width":559,"height":324}

ସ୍ପଷ୍ଟ ଦିବାଲୋକରେ ଚାଲିଛି ପାହାଡ଼ ଖୋଳା ।  ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଜେସିବି ଲଗାଇ ଚାଲିଛି ପୁରା କାରବାର । ହେଲେ ନା  ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି  ନା ଅନୁମତି ଦେଇଛି ଜଙ୍ଗଲ ବିଭାଗ । ବଲାଙ୍ଗିର  ସଇଁନ୍ତଳା ବିବିନା ଗାଁ ନିକଟରେ ଥିବା ଚିତାଡୁଙ୍ଗୁରି ପାହାଡ଼କୁ ବେଧଡ଼କ ଖୋଳା ଚାଲିଛି ।

{"id":163832,"width":556,"height":325}

ଏଇ ପାହାଡ଼ରେ ବର୍ଷ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ପୂଜା କରିଆସୁଛନ୍ତି । ତେବେ ସେମାନଙ୍କ ଧର୍ମୀୟ ଭାବନାକୁ ଖାତିର  ନାହିଁ । ବାବୁଙ୍କ ପ୍ରୋତ୍ସାହନରେ ମାଫିଆମାନେ ଦିନ ଦିପହରେ ପାହାଡ଼ ଖୋଳୁଥିବାରୁ ତାତିଛନ୍ତି ଆଦିବାସୀ ।

{"id":163833}

 ନ୍ୟୁଜ7 ପ୍ରତିନିଧିଙ୍କ ଠାରୁ ଖବର ପାଇବା ପରେ  ତଦନ୍ତ ପାଇଁ ଆରଆଇଙ୍କୁ ଅତିରକ୍ତ ତହସିଲଦାର ପଠାଇଛନ୍ତି । ହେଲେ ଜଙ୍ଗଲ ଜମିରେ ଥିବା ପାହାଡ଼କୁ  କିଏ ଖୋଳୁଛି, ତାହା ଆଇନସଂଗତ କି ବେଆଇନ୍ ସେକଥା କିନ୍ତୁ ବାବୁଙ୍କୁ  ଜଣା ନାହିଁ ବୋଲି କହିଛନ୍ତି  ।

{"id":163834}

ସ୍ପଷ୍ଟ ଦିବାଲୋକରେ ବେଆଇନ ଭାବେ ପାହଡରୁ ମାଫିଆମାନେ ଖୋଳୁଥିବା ବେଳେ ସରକାରୀ ବାବୁ ଏ ବିଷୟରେ ଜାଣି ନ ଥିବା କହୁଛନ୍ତି । ଚେଇଁ ଶୋଇଥିବା ଯିଏ ତାକୁ ଉଠାଇବ କିଏ ପରି ପରିସ୍ଥିତି ଏଠାରେ ସୃଷ୍ଟି ହୋଇଛି  । ଏପରି ପରିବେଶ ମାଫିଆମାନଙ୍କୁ ବେଆଇନ ପାହାଡ ଖୋଳା ପାଇଁ ବେଶ୍‌ ଅନୁକୂଳ ପରିବେଶ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.