ପ୍ରଶାସନ ଶୁଣିଲାନି:ଖଣି ପୋତିଲେ ଗ୍ରାମବାସୀ

Published By : Prameya-News7 Bureau | August 21, 2018 IST

ଖୋର୍ଦ୍ଧା ୨୧/୮:ପ୍ରଶାସନକୁ ଗୁହାରୀ କରି କରି ହାଲିଆ ହେଲେ ପ୍ରଶାସନ ଶୁଣିଲାନି ,ତେଣୁ ସଂଘବଦ୍ଧ ହୋଇ ଗ୍ରାମବାସୀ ନିଜେ ବେଆଇନ ଖଣି ପୋତିଲେ ଏବଂ ବୃକ୍ଷରୋପଣ ମଧ୍ୟ କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତର ଝରିଆ ଗ୍ରାମରେ । ଖୋର୍ଦ୍ଧା ଜିଲ୍ଲା ଝରିଆ ଗ୍ରାମର ବିଭିନ୍ନ ସ୍ଥାନରେ ବିରାଟକାୟ ଗର୍ତ , ପୋଖରୀ ସୃଷ୍ଟି ହୋଇଛି । ଏହାକୁ କେତେକ ବେଆଇନ ଭାବେ ମାଙ୍କଡା ପଥର ଖନନ କରୁଥିବା ଖଣି ମଫିଆମାନେ ସରକାରୀ , ଗୋଚର ,ପ୍ରାଇଭେଟ ପ୍ଳଟ ଇତ୍ୟାଦିରୁ ଜୋର-ଜବରଦସ୍ତ ଭାବେ ମାଙ୍କଡା ପଥର , ମୋରମ ଖନନ କରି କୃତ୍ରିମ ପୋଖରୀ ସୃଷ୍ଟି କରିଛନ୍ତି । ଏପଟେ ସରକାରୀ ରାଜସ୍ବ ମଧ୍ୟ କ୍ଷତି ଘଟିବା ସହ ସେହି ଗର୍ତରେ ଗାଈ-ଗୋରୁ , ମଣିଷ,ଛୋଟ ପିଲା ଗଳିପଡି ଧନ-ଜୀବନ କ୍ଷତି ଘଟୁଛି । ଏଥିରେ ରୋକ ଲଗାଇବା ପାଇଁ ଗ୍ରାମବାସୀ ବାରମ୍ବାର ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି । ଏପରିକି ଅଦାଲତର ଆଶ୍ରୟ ମଧ୍ୟ ନେଇଛନ୍ତି ତଥାପି ଟାଙ୍ଗୀ ତହସିଲଦାର ଚୁପ । ଏହି ଚୁପ ପଛର କାରଣ କଣ ? ତେଣୁ ସଂଘବଦ୍ଧ ହୋଇ ଗ୍ରାମବାସୀ ନିଜେ ଶ୍ରମ ଦାନ କରି ବେଆଇନ ଖଣି ପୋତିଲେ , ବୃକ୍ଷ ରୋପଣ ମଧ୍ୟ କଲେ । ଆନ୍ଦୋଳନ ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.