Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଆଦିବାସୀଙ୍କ ଧର୍ମୀୟ ଭାବନା ସହ ଖେଳୁଛି ପ୍ରଶାସନ : ଅହରହ ଚାଲିଛି ପଥର ବ୍ଳାଷ୍ଟିଂ

25/01/2020 at 4:34 PM

ବଲାଙ୍ଗୀର ୨୫/୧: ପଥର ମାଫିଆଙ୍କ କବଜାରେ ବଲାଙ୍ଗୀର ବଂଗୋମୁଣ୍ଡା ତହସିଲ ଛତରଡାଣି ପାହାଡ । ପାହାଡକୁ ଖେ।ଳ କରି କୋଟି କୋଟି ଟଙ୍କାର  ମୁନାଫା କମାଉଛନ୍ତି ପଥର ମାଫିଆ। ଆଦିବାସୀଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବା ଛତରଡାଣି ପାହାଡରେ ତୁହାକୁ ତୁହା ବ୍ଳାଷ୍ଟିଂ ଓ ଟ୍ରକ ଟ୍ରକ ପଥର ଚାଲାଣ ଯୋଗୁଁ ଭୟଭୀତ ଅବସ୍ଥାରେ ଗାଁ ଲୋକ ।ରାଜସ୍ବ ବିଭାଗ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଧ୍ବଂସ ହେବାକୁ ବସିଛି ଛତରଡାଣି ପାହାଡ ।

ଆଦିବାସୀଙ୍କ ଧର୍ମୀୟ ଭାବନା ସହ ଖେଳୁଛି ପ୍ରଶାସନ। ଦିନ ହେଉକି ରାତି ଅହରହ ଚାଲିଛି ପଥର ବ୍ଳାଷ୍ଟିଂ। ଦୈନନ୍ଦିନ ଶହ ଶହ ଟ୍ରକ ରିଜର୍ଭ ଫରେଷ୍ଟ ଭିତରେ ପଶି ବେଆଇନ ପଥର ଚାଲାଣ ହେଉଛି। ଆମେ କହୁଛି ବଲାଂଗୀର ଜିଲ୍ଳା ବଂଗୋମୁଣ୍ଡା ତହସିଲ ଜୁରାବନ୍ଧ ଗାଁର ଛତରଡାଣି ପାହାଡର କଥା। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଛତରଡାଣି ପାହାଡରେ କାହିଁ କେଉଁ କାଳରୁ ନିଜର ଇଷ୍ଟ ଦେବୀ ଛତରଡାଣିକୁ ପୂଜା କରି ଆସୁଥିଲେ ଆଦିବାସୀ।କିନ୍ତୁ ରାଜସ୍ବ ବିଭାଗର ଅସାଧୁ ଅଧିକାରୀଙ୍କୁ ହାତ କରି ଏହି ରିଜର୍ଭ ଫରେଷ୍ଟକୁ ଖୋଳ କରିସାରିଲେଣି ପଥର ମାଫିଆ। ଅନ୍ୟ ଜାଗାର ଲିଜ ଦେଖାଇ ଦୈନନ୍ଦିନ ଶହ ଶହ ଟ୍ରକ ଯୋଗେ ପଥର ଚାଲାଣ ହେଉଥିଲେ ମଧ୍ୟ ଆଖିବୁଜି ଦେଇଛି ପ୍ରଶାସନ। ଏନେଇ ବାରମ୍ବାର ଅଭିଯେ।ଗ ପରେ ବି ଫଳ ଶୂନ୍ ।

ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଛତରଡାଣି ପାହାଡକୁ ଜଙ୍ଗଲ ବିଭାଗ ରିଜର୍ଭ ଫରେଷ୍ଟ ଭାବରେ ଚିହ୍ନଟ କରିଛନ୍ତି। ୨୦୧୮ରେ ଜିଲ୍ଳା ପ୍ରଶାସନ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏନେଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ଯାଏଁ କାର୍ଯ୍ୟକାରୀ ହେ।ଇନି । ତେଣୁ ପ୍ରଶ୍ନ ଉଠୁଛି ଅନ୍ୟ ଜାଗାର ଲିଜ ଦେଖାଇ କିଭଳି ପଥର ଖନନ କରୁଛନ୍ତି ପଥର ମାଫିଆ ? ଛତରଡାଣି ପାହାଡକୁ ଜଙ୍ଗଲ ବିଭାଗ ରିଜର୍ଭ ଫରେଷ୍ଟ ଡିକ୍ଳାଏର କରିଥିବା ସତ୍ତ୍ବେ କାହାର ଛତ୍ରଛାୟା ତଳେ ରହି ଚାଲିଛି ପାହାଡ ଖନନ ? ଗାଁ ନିକଟରେ ବ୍ଳାଷ୍ଟି ପାଇଁ କିଏ ପଥର ମାଫିଆଙ୍କୁ ଦେଇଛି ପଲ୍ୟୁସନ ସାର୍ଟିଫିକେଟ ?

ଘଂଚ ଜଙ୍ଗଲ ଭିତରେ ଥିବା ୭ଟି ପାହାଡରେ ରହିଛନ୍ତି ଆଦିବାସୀଙ୍କ ଦେବାଦେବୀ। ସେହିପରି ଏହି ରିଜର୍ଭ ଫରେଷ୍ଟରେ ପୂର୍ବରୁ ବାଘ, ଭାଲୁ, ବାରହା, ହାତୀ ଭଳି ଦୁର୍ଲଭ ଜୀବଜନ୍ତୁ ରହୁଥିବା ବେଳେ ବେଆଇନ ପାହାଡ ଖନନ ଯୋଗୁଁ ଧିରେ ଧିରେ ନିଶ୍ଚିହ୍ନ ହେବକୁ ଲାଗିଲେଣି। ସେହିପରି ବ୍ଳାଷ୍ଟି ଯୋଗୁଁ ବାୟୁ ପ୍ରଦୂଷଣ  ଯୋଗୁଁ ଅଣନିଶ୍ବାସୀ ସ୍ଥାନୀୟ ବାସିନ୍ଦା ।

   Related Posts