Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବେଆଇନ୍ ଦେଶୀ ମଦବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ମହିଳା

22/10/2020 at 8:00 PM

ପାଟଣା୨୨/୧୦: ଉଭୟ ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଳକ୍ ଅଞ୍ଚଳରେ ଏବେ ଦେଶୀ ମଦ ବ୍ୟବସାୟ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇସାରିଲାଣି। ପାଟଣା ବ୍ଲକ ଚେମେଣା ଗ୍ରାମରେ ବେଧଡ଼କ ଭାବରେ ଦେଶୀ ମହୁଲି ମଦ ବିକ୍ରି ହେଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ଚେମେଣା ଗ୍ରାମର ୩୦ରୁ ଉର୍ଦ୍ଧ୍ବ ମହିଳା ତୁରୁମୁଙ୍ଗା ଥାନାକୁ ଆସି ଏକ ଅଭିଯୋଗ ପତ୍ର ଥାନା ଅଧିକାରୀଙ୍କୁ  ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଚେମେଣା  ଗ୍ରାମରେ  ଦୁଇଜଣ ବ୍ୟକ୍ତି ବେଆଇନ ଭାବରେ ଦେଶୀ ମହୁଲି ମଦ ବିକ୍ରି କରୁଛନ୍ତି।

 ଯାହାଦ୍ବାରା ଉକ୍ତ ଅଞ୍ଚଳର ଯୁବପିଢ଼ି ମଦ ପିଇ ପଥଭ୍ରଷ୍ଟ ହେବା ସହିତ ଅଳ୍ପ ବୟସରେ ରୋଗରେ ପଡି ମୃତ୍ୟୁବରଣ କରୁଛନ୍ତି। ଅନେକ ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଗାଳିଗୁଲଜ କରିବା ସହିତ ଚେମେଣା ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଦେଶୀ ମଦ ବିକ୍ରି ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି। ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ଚେମେଣା ଗ୍ରାମରେ ଏପରି ଦେଶୀ ମଦର ଆସର ଜମୁଛି ଏବେ  ପାର୍ବଣ ଋତୁ ଥିବାରୁ ଦେଶୀ ମଦ ବ୍ୟବସାୟ କରୁଥିବା ବେପାରୀ ମଦ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଲେଣି।

ଉକ୍ତ ଅଞ୍ଚଳରେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଦାବି କରିଛନ୍ତି। ବେଆଇନ୍ ମଦ ବିକ୍ରି କରୁଥିବା ଆସାଧୁ ବ୍ୟବସାୟୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଜିଲାପାଳଙ୍କ ଅଫିସ ଘେରାଉ କରିବାକୁ ଚେମେଣା ଗ୍ରାମର ମହିଳାମାନେ ଚେତାବନୀ ଦେଇଛନ୍ତି।

   Related Posts