Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୯ ମାସରେ ଏହି ରାଜ୍ୟରେ ୩୮ ଲକ୍ଷ ଲିଟର ମଦ ଜବତ, ୬୨ ହଜାର ଗିରଫ, ତଥାପି କମୁନି ମଦ ମୃତ୍ୟୁ

13/11/2021 at 11:36 AM

ପାଟନା, ୧୩/୧୧: ବିହାରର ନୀତିଶ କୁମାର ସରକାର ରାଜ୍ୟରେ ମଦ ବିକ୍ରି, ସେବନ ଓ ପ୍ରସ୍ତୁତି ଉପରେ ୨୦୧୬ ମସିହାରୁ ରୋକ ଲଗାଇଛନ୍ତି । ମଦକୁ ନେଇ ରାଜ୍ୟରେ କଡ଼ା ଆଇନ୍‌ ମଧ୍ୟ ଲଗାଯାଇଛି । କିନ୍ତୁ ଏହାର ଓଲଟା ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି । ବିହାର ପୋଲିସ୍‌ ମଦ ଜବତ ଏବଂ ବ୍ୟବସାୟୀଙ୍କୁ ଗିରଫ କରିବା ନେଇ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଏହାର କୌଣସି ପ୍ରଭାବ ମଦ ମୃତ୍ୟୁ ଅଟକାଇ ପାରୁନାହିଁ ।

ଏକ ରିପୋର୍ଟ ଅନୁସାରେ ବିହାରରେ ଲୋକେ ମହାରାଷ୍ଟ୍ର ଭଳି ରାଜ୍ୟ ଠାରୁ ଅଧିକ ମଦ ପିଉଛନ୍ତି । ଖାଲି ଏତିକି ନୁହେଁ, କିଛିଦିନ ଧରି ବିଷାକ୍ତ ମଦ ପିଇବା କାରଣରୁ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ପୋଲିସ୍‌ ଏକ ତଥ୍ୟ ଜାରି କରି କହିଛି ଯେ, ରାଜ୍ୟରେ ଜାନୁଆରୀ ୨୦୨୧ ପର ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ୨୦୧୮ ଅଧିନିୟମକୁ ଆଧାର କରି ବିଭିନ୍ନ ସ୍ଥାନରେ ଛାପା ମାରିଛି । ବିଭିନ୍ନ ଜିଲ୍ଲାରେ ଏନେଇ ୪୯,୯୦୦ ମାମଲା ଦାଏର କରାଯାଇଛି । ପାଖାପାଖି ୩୮,୭୨,୬୪୫ ଲିଟର ବେଆଇନ୍‌ ମଦ ଜବତ ମଧ୍ୟ କରାଯାଇଛି ।

ଏହି ତଥ୍ୟ ଅନୁସାରେ ରାଜ୍ୟରେ, ୧୨,୯୩,୨୨୯ ଲିଟର ଦେଶୀ ମଦ ଏବଂ ୨୫,୭୯,୪୧୫ ବିଦେଶୀ ମଦ ଜବତ ହୋଇଛି । ଯେଉଁ କାରଣରୁ ୬୨,୧୪୦ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମଧ୍ୟରୁ ୧୫୯୦ଜଣ ରାଜ୍ୟ ବାହାରର । ସେମାନେ ରାଜ୍ୟ ବାହାରୁ ମଦ ଆଣି ବିକ୍ରି କରୁଥିବା ପୋଲିସ୍‌ କହିଛି ।    

   Related Posts